ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଦେଶବ୍ୟାପୀ ‘ଜନତା କର୍ଫ୍ୟୁ’ ପାଳନ : ଦୋକାନ ବଜାର, ବସ୍, ଟ୍ରେନ୍ ଚଳାଚଳ ବନ୍ଦ

22/03/2020 at 7:19 AM

ନୂଆଦିଲ୍ଲୀ ୨୨।୩: ଆଜି ଜନତା କର୍ଫ୍ୟୁ । ସକାଳ ୭ରୁ ରାତି ୯ ଯାଏଁ ଦେଶବାସୀ ନିଜ ନିଜ ଘରେ ରହିବେ । ଅତ୍ୟାବଶ୍ୟକ ନଥିଲେ କେହି ପଦାକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ମହାମାରୀ କରୋନା ସଂକ୍ରମଣ ରୋକିବାକୁ ଦେଶବାସୀ ଏକଜୁଟ୍‌ ହୋଇ ଜନତା କର୍ଫ୍ୟୁ ପାଳନ କରିବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାରେ ମଧ୍ୟ ଜନତା କର୍ଫ୍ୟୁକୁ ସ୍ବାଗତ କରିବା ସହ ରାଜ୍ୟବାସୀ ଏହାକୁ ମାନିବାକୁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଦ୍ବିତୀୟ ବିଶ୍ବଯୁଦ୍ଧର ଭୟାବହତାଠାରୁ ବି ବଳି ଯାଇଛି କରୋନା ଭାଇରସ୍‌ର ପ୍ରଭାବ । ବର୍ତ୍ତମାନ ସାରା ବିଶ୍ବ ଅର୍ଥାତ୍ ୧୯୫ଟି ଦେଶ କୋଭିଡ୍‌-୧୯ ଭାଇରସ୍ କବଳରୁ ସୁରକ୍ଷା ପାଇଁ ସଂଘର୍ଷ କରୁଛନ୍ତି । ଆମେରିକା ଭଳି ଶକ୍ତିଶାଳୀ ରାଷ୍ଟ୍ର ମଧ୍ୟ କରୋନା ଆତଙ୍କରେ ଆତଙ୍କିତ । ଏମିତିରେ ଭାରତ ମଧ୍ୟ ଏହାର ପ୍ରଭାବ ବେଶ୍‌ ଅନୁଭୁତ ହେଉଛି । ଏବେ ସମୟ ଆସିଛି ଦେଶବାସୀଙ୍କୁ ଏକାଠି ହୋଇ ଏହି ମହାମାରୀ ଭାଇରସ୍ କବଳରୁ ନିଜକୁ ରକ୍ଷା କରିବା ସହ ଅନ୍ୟମାନଙ୍କୁ ତଥା ସାରା ମଣିଷ ସମାଜକୁ ରକ୍ଷା କରିବେ । କରୋନା ସହ ଲଢ଼ିବାକୁ  ରବିବାର ଜନତା କର୍ଫ୍ୟୁ ପାଳନ କରିବାକୁ ଆହ୍ବାନ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାରେ ମଧ୍ୟ ଜନତା କର୍ଫ୍ୟୁକୁ ସ୍ବାଗତ କରିବା ସହ ରାଜ୍ୟବାସୀ ଏହାକୁ ମାନିବାକୁ ଅପିଲ୍ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରବିବାର ସକାଳ ୭ଟାରୁ ରାତି ୯ଟା କେହି ଘରୁ ନବାହାରିବାକୁ ଅପିଲ୍ କରାଯାଇଛି । ଜନତା କର୍ଫ୍ୟୁ ପାଳନର ଏହି ୧୪ଘଣ୍ଟା ଦେଶବାସୀଙ୍କ ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ । ତେବେ କରୋନାକୁ କେମିତି ରୋକିବ ଜନତା କର୍ଫ୍ୟୁ ?  କାହିଁକି ପ୍ରତ୍ୟେକ ଦେଶବାସୀ ନିଜ ନିଜ ଘରେ ବନ୍ଦ ହୋଇ ଏହି ୧୪ଘଣ୍ଟା ରହିବାକୁ ଆହ୍ବାନ ଦିଆଯାଇଛି ? ଏହାର ଉଦ୍ଦେଶ୍ୟ କ’ଣ ?  ଗୋଟିଏ ଧାଡ଼ିରେ ଏହାର ଉତ୍ତର ହେଉଛି କରୋନା ସଂକ୍ରମଣରୁ ସୁରକ୍ଷା । ୧୪ଘଣ୍ଟାର କର୍ଫ୍ୟୁ ଅର୍ଥାତ୍‌ ନୂତନ ସଂକ୍ରମଣର ସୁଯୋଗ ନାହିଁ । 

କାରଣ ବିଜ୍ଞାନ ମତ ଅନୁସାରେ ମହାମାରୀ କରୋନା ଭାଇରସ୍ କୌଣସି ବସ୍ତୁ ଉପରେ ସର୍ବାଧିକ ୧୨ଘଣ୍ଟା ହିଁ ବଞ୍ଚିପାରିବ । ତେଣୁ ଏହି ୧୪ଘଣ୍ଟା  ଆମେ ଯଦି ନିଜ ଘରେ ରହିବା ତାହେଲେ ଆମ ଦେଶର ସାମୁହିକ ସ୍ଥାନ ଯେମିତିକି  ରାସ୍ତାଘାଟ, ଅଫିସ, ଟ୍ରେନ୍‌, ବସ୍‌,  ବ୍ୟବସାୟିକ ପ୍ରତିଷ୍ଠାନଠାରୁ ଦୂରେଇ ରହିଲେ ସେସବୁ ସ୍ଥାନରେ ଥିବା ସରଞ୍ଜାମ ତଥା କବାଟ, ଝରକା, ଲିଫ୍ଟ, ରେଲିଂ ଇତ୍ୟାଦି ସ୍ବତଃ ଭୂତାଣୁ ଶୂନ୍ୟ ହୋଇଯିବ। ଏଥିସହ ପ୍ରତ୍ୟେକ ଦେଶବାସୀ ମଧ୍ୟ କରୋନା ସଂକ୍ରମଣରୁ ନିଜକୁ ଦୂରେଇ ରଖିପାରିବେ । ତେଣୁ ମହାମାରୀ କରୋନା ସହ ଯୁଦ୍ଧ ପାଇଁ ମୁଖ୍ୟ ଅସ୍ତ୍ର ହେଉଛି ଜନତା କର୍ଫ୍ୟୁ ।

ତେଣୁ ରବିବାର ଦେଶରେ ପରିବହନ ସେବା ସମ୍ପୂର୍ଣ୍ଣ ବନ୍ଦ ରହିଛି । ରାଜ୍ୟରେ ମଧ୍ୟ ବସ୍ ସେବାଠାରୁ ଆରମ୍ଭ କରି ଅଟୋ ଟ୍ୟାକ୍ସି , ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି । ଜନତା କର୍ଫ୍ୟୁକୁ ସମସ୍ତେ ପାଳନ କରିବାକୁ ଆଗେଇ ଆସିଛନ୍ତି । ସେପଟେ ରବିବାର ଜନତା କର୍ଫ୍ୟୁ ପାଳନ ଅବସରରେ ରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ ରହିଛି । ସେହିଭଳି ରାଜ୍ୟରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି । 

   Related Posts