ବଡ଼ଚଣା ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଉଦଯାପନୀ, ସାମିଲ୍‌ ହେଲେ ବିଧାୟକ

Published By : Prameya-News7 Bureau | November 13, 2022 IST

ଚଣ୍ଡିଖୋଲ, ୧୩/୧୧: ଅକ୍ଟୋବର ୨ ଗାନ୍ଧୀଜୟନ୍ତୀରୁ ଆରମ୍ଭ ହୋଇଥିବା ବିଜେଡିର ଜନସମ୍ପର୍କ ପଦଯାତ୍ରା ଚାଲୁ ରହିଛି । ଯାଜପୁର ବଡ଼ଚଣା ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଉଦଯାପନୀ ହୋଇଯାଇଛି । ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥିଙ୍କ ସଭାପତିତ୍ବରେ ଏହି ଏହି ପଦଯାତ୍ରାରେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ବିଧାୟକ ପ୍ରଫୁଲ୍ଲ ସାମଲ ଓ ବିଜେଡିର ହଜାର ହଜାର ସଂଖ୍ୟାରେ କର୍ମକର୍ତ୍ତା ସାମିଲ ହୋଇଥଲେ ।

ବଡ଼ଚଣାରୁ ଏହି ପଦଯାତ୍ରା ବାହାରି ଚଣ୍ଡିଖୋଲ ଛକରେ ପହଁଚିଥିଲା । ଚଣ୍ଡିଖୋଲ ଛକରେ ଏ ନେଇ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସରକାରଙ୍କ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ପାଇଁ ଏହି ପଦଯାତ୍ରା ଅନୁଷ୍ଠିତ ହେଉଛି । ବଡ଼ଚଣାରେ ଏହି ପଦଯାତ୍ରା ସମ୍ପୂର୍ଣ୍ଣ ଭାବେ ସଫଳ ହୋଇଥିବା ବଡ଼ଚଣା ବିଧାୟକ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.