ଆଠଗଡ଼ରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା, ବିଧାୟକଙ୍କ ନେତୃତ୍ୱରେ ସାମିଲ୍‌ ହେଲେ ଶହଶହ କର୍ମୀ

Published By : Prameya-News7 Bureau | October 15, 2022 IST

ଆଠଗଡ଼, ୧୫/୧୦: ଆଠଗଡ଼ ନିର୍ବାଚନ ମଣ୍ଡଳୀର ଆଠଗଡ଼ ବ୍ଲକ ଘଣ୍ଟିଖାଲ ବିଜୁ ଜନତା ଦଳ ପକ୍ଷରୁ ଦ୍ଵାରବତିପୁର ଗ୍ରାମ ଠାରୁ ରାମଶ୍ୟାମପୁର ପର୍ଯ୍ୟନ୍ତ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି । ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ବର ୦୨ ପର୍ଯ୍ୟନ୍ତ ମାସେ ବ୍ୟାପି ଜନସଂପର୍କ ପଦ ଯାତ୍ରା କରାଯିବା ପାଇଁ ଦଳ ତରଫରୁ ନିଷ୍ପତ୍ତି ନିଆଯାଇଛି ।

ଆଠଗଡ଼ର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ନେତୃତ୍ଵରେ ଆଜି ଆଠଗଡ଼ ନିର୍ବାଚନ ମଣ୍ଡଳୀରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ଆଠଗଡ଼ ବ୍ଲକ ବିଜୁ ଜନତା ଦଳର ସଭାପତି ରବୀନ୍ଦ୍ରନାଥ ରାଉତ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ କୁମାର ଆଚାର୍ଯ୍ୟଙ୍କ ସମେତ ବହୁ ଛାତ୍ର ଯୁବ ନେତାଙ୍କ ସହ ବରିଷ୍ଠ ନେତା ଓ ନାରୀ ନେତ୍ରୀ, ଛାତ୍ର ନେତା ଯୋଗ ଦେଇଥିଲେ । ରାଜ୍ୟ ସରକାରଙ୍କ ଲୋକହିତକର ଯୋଜନା ନିର୍ବାଚନମଣ୍ଡଳୀର ଷାଠିଏ ହଜାର ଚୁଲି ମୁଣ୍ଡ ପାଖରେ ଯଦି ପହଞ୍ଚାଇପାରିବା ତେବେ ବିଜୁ ଜନତା ଦଳ ଏକ ସାମୁହିକ ଆନ୍ଦୋଳନରେ ପରିଣତ ହୋଇପାରିବ ବୋଲି କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.