ପାଠପଢାର ଝୁଙ୍କ୍ : ଅନଲାଇନ କ୍ଲାସ ପାଇଁ ଦରକାର ଥିଲା ସ୍ମାର୍ଟଫୋନ୍, ୧୨ଟି ଆମ୍ୱ ବିକି ରୋଜଗାର କଲେ ୧.୨ ଲକ୍ଷ

Published By : Prameya-News7 Bureau | June 28, 2021 IST

ଜାମସେଦପୁର ୨୮/୬ : କରୋନା କାଳରେ ଠପ୍ ହୋଇପଡିଛି ପିଲାଙ୍କ ପାଠପଢ। ଏକମାତ୍ରା ମାଧ୍ୟମ ଅନଲାଇନ । ତେବେ ବିଭିନ୍ନ ଗ୍ରାମାଞ୍ଚଳରେ ନେଟଓ୍ୱାର୍କ ନଥିବାରୁ ପାଠପଢାରେ ଲାଗିଛି ଗ୍ରହଣ । କିଏ ପାଠ ପଢିବାକୁ ପାହାଡ ଉପରେ ଚଢୁଛି ତ ଆଉ କିଏ ମାଇଲ ମାଇଲ ଦୂର ଅତିକ୍ରମ କରି ମୋବାଇଲରେ ପାଠ ପଢୁଛନ୍ତି । ତେବେ ଅନଲାଇନରେ ପାଠପଢିବାକୁ ହେଲେ ମୋବାଇଲ ଏକମାତ୍ର ବିକଲ୍ଫ ।

କିନ୍ତୁ କିଛି ପିଲାଙ୍କ ପରିବାର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ମୋବାଇଲ ଖଣ୍ଡିଏ ବି ନାହିଁ । ସେ ଯା ବି ହେଉନା କାହିଁକି କୁହାଯାଏ ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଏହାକୁ କରିଦେଖାଇଛନ୍ତି ଜାମସେଦପୁରର ୧୧ ବର୍ଷୀୟ ତୁଲସୀ କୁମାରୀ । ତୁଲସୀଙ୍କ ଆଗ୍ରହ ନିକଟରେ ଦାରିଦ୍ର୍ୟତା ହାର ମାନିଥିଲା । ଅଧ୍ୟୟନ ପ୍ରତି ଥିବା ଏତେ ଉତ୍ସାହ ଦେଖି ସମସ୍ତେ ତାଜୁବ ହୋଇଯାଇଛନ୍ତି ।

wp:gallery {"ids":[472487],"linkTo":"none"} /wp:gallery

ସୂଚନା ଥାଉକି, ତୁଲସୀ ପାଠପଢିବା ଦରକାର ଥିଲା ଏକ ଆଣ୍ଡ୍ରଏଡ୍ ମୋବାଇଲ୍ । ହେଲେ ପରିବାର ଅବସ୍ଥା ଭଲ ନଥିବାରୁ ମୋବାଇଲ କିଣିବା ନଥିଲା ସହଜ । ଏଥିପାଇଁ ସେ ଲକଡାଉନ୍ ସମୟରେ ଆରମ୍ଭ କରିଦେଇଥିଲେ ଆମ୍ବ ବିକ୍ରି । ଝୁଙ୍କ ଥିଲା ଆମ୍ୱି ବିକ୍ରି କରି ସେଥିରୁ ଯେଉଁ ପଇସା ଆସିବ ସେଥିରେ କିଣିବେ ଗୋଟିଏ ମୋବାଇଲ । ମୋବାଇଲ୍ ପାଇଁ ତାଙ୍କୁ ଦରକାର ଥିଲା ୧୦ ହଜାର ଟଙ୍କା ।

wp:gallery {"ids":[472486],"linkTo":"none"} /wp:gallery

ଯାହା ତୁଳସୀଙ୍କ ପକ୍ଷେ ଶୀଘ୍ର ପାଇବା କଷ୍ଟକର ଥିଲା । ହେଲେ ଏବେ ତାଙ୍କର ଇଚ୍ଛା ପୂରଣ ହୋଇଛି । କେବଳ ଇଚ୍ଛା ନୁହେଁ ଅଧିକ ଟଙ୍କା ବି ରୋଜଗାର କରିଛନ୍ତି । ଏସବୁ ସମ୍ଭବ ହୋଇଛି କେବଳ ମୁମ୍ବାଇର ଜଣେ ବ୍ୟବସାୟୀଙ୍କ ପାଇଁ । ବ୍ୟବସାୟୀ ଅମେୟା ହେଟେ ତୁଳସୀଙ୍କର ଥିବା ପାଠପଢା ପ୍ରତି ଥିବା ଆଗ୍ରହ ତାଙ୍କ ମନକୁ ପାଇଥିଲା । ଆଉ ତୁଳସୀ ବିକୁଥିବା ୧୨ଟି ଆମ୍ୱକୁ ୧.୨ ଲକ୍ଷରେ କିଣି ତାଙ୍କ ପ୍ରତି ସହଯୋଗାର ହାତ ବଢାଇଥିଲେ ।

ବ୍ୟବସାୟୀ ଜଣଙ୍କ ଆମ୍ୱ କିଣିବା ସହ ଝିଅକୁ ୧୩,୦୦୦ ଟଙ୍କାର ଏକ ମୋବାଇଲ ବି ଗିଫ୍ଟ କରିଥିଲେ । କେବଳ ସେତିକି ନୁହେଁ ବର୍ଷସାରା ତାଙ୍କ ଅଧ୍ୟୟନ ପାଇଁ ଇଣ୍ଟରନେଟ୍ ରିଚାର୍ଜ ମଧ୍ୟ କରିଥିଲେ । ଆଉ ତୁଳସୀ ଏସବୁ ପାଇବା ପରେ ଖୁସି ହୋଇ କହିଛନ୍ତି ମୁଁ ଆହୁରି ଭଲ ପାଠ ପଢିବା ଭଲ ମଣିଷ ଟିଏ ହେବି । ସେପଟେ ବ୍ୟବସାୟୀଙ୍କ ଏପରି ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ତୁଲସୀଙ୍କ ପିତା ।

ସେ କହିଛନ୍ତି ଏଭଲି ସ୍ଥିତିରେ ଆମ ପାଇଁ ଭଗବାନ ହୋଇ ଛିଡା ହୋଇଛନ୍ତି । ସେ ଆମ ପାଇଁ ଦେବତା । ସେ ଆହୁରି କହିଛନ୍ତି ଆମେ ଚାହୁଁ ନଥିଲୁ ମୋ ଝିଅ ଆମ୍ୱ ବିକ୍ରି କରୁ । କିନ୍ତୁ ପରିସ୍ଥିତି ଆମକୁ ବାଧ୍ୟ କରିଥିଲା । ଶେଷରେ ଆଉ ତୁଲସୀଙ୍କୁ ଆମ୍ୱ ବିକିବାକୁ ପଢିବନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.