ବାହାଘରରେ ଟଙ୍କା ବର୍ଷା – ଉଡିଲା ଲକ୍ଷ ଲକ୍ଷ ଟଙ୍କା, ଭିଡିଓ ଭାଇରାଲ

Published By : Prameya-News7 Bureau | December 01, 2019 IST

ଜାମନଗର (ଗୁଜୁରାଟ) ୦୧।୧୨- ବାହାଘରରେ ଟଙ୍କା ବର୍ଷା । ଗୁଜରାଟର ଏକ ବାହାଘରରେ ପରିବାର ଲୋକେ ପ୍ରାୟ ୯୦ ଲକ୍ଷ ଟଙ୍କା ଉଡାଇଛନ୍ତି । ପୁଅ ବାହାଘର ଚାଲିଥିଲା  ସମସ୍ତେ ନୀଚ ଗୀତରେ ମସଗୁଲ ଥିଲେ । ଆଉ ଚାଲିଥିଲା ଟଙ୍କା ବର୍ଷା ।

 ଏହା ହେଉଛି ଗୁଜରାଟ ଜାମନଗର ଅଞ୍ଚଳର । ଏହି ବାହାଘର ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ଏହି ବାହାଘରର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।ଚର୍ଚ୍ଚା କେବଳ ଏତିକିରେ ସରି ନଥିଲା । ବିବାହ ପରେ ହେଲକପ୍ଟରରେ ବର ଘର ଲୋକେ କନ୍ୟାକୁ ନିଜ ଘରକୁ ନେଇଥିଲେ । କନ୍ୟା ଘର ମଧ୍ୟ ପଛରେ ନଥିଲେ । ବରକୁ ଦେଇଥିଲେ ୧ କୋଟି ଟଙ୍କାର କାର ।  ତେବେ ବାହାଘରରେ ଯେଉଁ ଟଙ୍କା ଉଡା ଯାଇଥିଲା ପରେ ସେ ସବୁ କୁ ଏକାଠି କରି ଏକ ଗୋଶାଳାକୁ ଦାନ କରାଯାଇଛି। ...

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.