ମେହବୁବା ମୁଫ୍ତିଙ୍କ ନୂଆ ଅବତାର; ଶୈବପୀଠରେ କଲେ ଜଳଲାଗି, ମୌଲାନା ଆସଦ କାଶିମଙ୍କ ବିରୋଧ
16/03/2023 at 12:37 PM

ଶ୍ରୀନଗର: ମହାଦେବଙ୍କ ଶରଣରେ ମେହବୁବା । ଜାମ୍ମୁ-କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫ୍ତି ଶୈବପୀଠରେ ଜଳାଭିଷେକ କରୁଥିବା ନଜରକୁ ଆସିଛନ୍ତି । ମେହବୁବା ମୁଫ୍ତି ଦୁଇ ଦିନିଆ ପୁଞ୍ଝ ଗସ୍ତ କରି ନବଗ୍ରହ ମନ୍ଦିରେ ପହଞ୍ଚି ଭଗବାନ ଶିବଙ୍କ ପୂଜାର୍ଚ୍ଚନା କରିଛନ୍ତି । ଏହା ସହିତ ଶିବ ଲିଙ୍ଗରେ ଜଳଲାଗି କରିଛନ୍ତି ।
ମେହବୁବାଙ୍କ ମହାଦେବଙ୍କ ପୂଜାକୁ ଚିହିଁକି ଉଠିଛନ୍ତି ଦେବବନ୍ତ ମୌଲାନା । ଜଣେ ମୁସିଲମ୍ ମହିଳା ହୋଇ ମନ୍ଦିରକୁ ଯିବା ଏହା ଇସଲାମ ବିରୋଧୀ । ଆସଦ କାଶିମ୍ କହିଛନ୍ତି, ମେହବୁବା ମୁଫ୍ତି ଯାହା କରିଛନ୍ତି ତାହା ଠିକ୍ ନୁହେଁ । ଶିବଲିଙ୍ଗରେ ଜଳ ଅର୍ପଣ କରିବା ଇସଲାମ ଧର୍ମ ବିରୋଧରେ ଯିବା ସହିତ ସମାନ । ଜାମ୍ମୁ-କାଶ୍ମୀର ବିଜେପି ମୁଫ୍ତିଙ୍କ ଶୈବପୀଠ ଦର୍ଶନକୁ ରାଜନୈତିକ ଷ୍ଟଣ୍ଟ୍ ବୋଲି କହିଛି ।
ଜାମ୍ମୁ-କାଶ୍ମୀର ବିଜେପି ମୁଖପାତ୍ର ରଣବୀର ସିଂ ପଠାନିଆ କହିଛନ୍ତି, ୨୦୦୮ରେ ମେହବୁବା ମୁଫତି ବାବା ଅମରନାଥଙ୍କ ସାଇନ୍ ବୋର୍ଡକୁ ଜମି ଆବଣ୍ଟନ ପାଇଁ ବିରୋଧ କରିଥିଲେ । ପିଡିପି କର୍ମକର୍ତ୍ତା ତୀର୍ଥଯାତ୍ରୀଙ୍କ ବିଶ୍ରାମ ପାଇଁ ବିଶ୍ରାମଗାର ପାଇଁ ଅନୁମତି ଦେଇନଥିଲେ ବୋଲି ବିଜେପି ନେତା କହିଛନ୍ତି । ଆଗକୁ ନିର୍ବାଚନ ଆସୁଛି, ସେଥିପାଇଁ ମୁଫତି ଏପରି କରୁଛନ୍ତି ।