ଜମ୍ମୁରେ ଓଲଟିଲା ବସ୍‌, ଦୁର୍ଘଟଣାରେ ୨୫ ଯାତ୍ରୀ ଆହତ

Published By : Prameya-News7 Bureau | May 28, 2022 IST

ନୂଆଦିଲ୍ଲୀ ୨୮।୦୫ : ଜମ୍ମୁର ଡୋଡା ଜିଲ୍ଲାରୁ ଆସୁଥିବା ଏକ ବସ୍ ଉଦାମପୁରର ବଟ୍ଟଲ ବଲିଆ ଅଞ୍ଚଳରେ ଓଲଟି ପଡିଛି । ଯେଉଁଥିରେ ୨୫ଜଣ ଯାତ୍ରୀ ଆହତ ହୋଇଥିଲେ। ଆହତମାନଙ୍କ ମଧ୍ୟରୁ କେତେକଙ୍କୁ ଉଦାମପୁରର ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଅନ୍ୟ ୬ ଜଣଙ୍କୁ ଜମ୍ମୁ ସ୍ଥିତ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହି ଦୁର୍ଘଟଣାର କାରଣ ବିଷୟରେ କୌଣସି ପ୍ରକାରର ସୂଚନା ମିଳି ନଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି। ଘଟଣାକୁ କେନ୍ଦ୍ର କରି ପୋଲିସ ଅଧିକାରୀ କହିଛନ୍ତି ଯେ ନିଦ ଲାଗିଯାଇଥିବା କାରଣରୁ ଡ୍ରାଇଭର ବସ୍ ଉପରେ ନିୟନ୍ତ୍ରଣ ହରାଇଥାଇପାରେ, ଯେଉଁଥି ପାଇଁ ଦୁର୍ଘଟଣା ଘଟିଛି। ହେଲେ ବର୍ତ୍ତମାନ କିଛି ଆହତଙ୍କ ଅବସ୍ଥା ଗୁରୁତର ରହିଛି ବୋଲି କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.