AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ଭୂମିକମ୍ପରେ ଥରିଲା ଜମ୍ମୁ-କାଶ୍ମୀର, ଦୁଇଥର ଲାଗିଲା ଝଟ୍‌କା

25/08/2022 at 8:26 AM

ନୂଆଦିଲ୍ଲୀ, ୨୫|୦୮: ଭୂମିକମ୍ପରେ ଥରିଲା ଜମ୍ମୁ-କାଶ୍ମୀର । ବୁଧବାର ବିଳମ୍ବିତ ରାତ୍ରରେ ଜମ୍ମୁରେ ଦୁଇଥର ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଡୋଡା ଓ କିସ୍ତଓ୍ୱାଡା ଏଥିରେ ପ୍ରଭାବିତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରହିଥିଲା । ତେବେ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡିଛି ।

ସୂଚନା ଅନୁସାରେ, ବୁଧବାର ରାତିରେ ସବୁ କିଛି ଠିକଠାକ୍ ଥିଲା । କିନ୍ତୁ ବିଳମ୍ବିତ ରାତିରେ ହଠାତ ଭୂମିକମ୍ପ ହୋଇଥିଲା । ପ୍ରଥମେ ୧୧ଟା ୪ରେ ଭୂମିକମ୍ପ ହୋଇଥିଲା । ଏହାର ତୀବ୍ରତା ଥିଲା ୩.୨ । କିଛି ସମୟ ପରେ ଆଉ ଏକ ଝଟକା ଲାଗିଥିଲା ।

ନ୍ୟାଶନାଲ ସେଣ୍ଟର ଫର୍ ସିସମୋଲୋଜିର କହିବାନୁସାରେ, ୧୧ଟା ୫୨ରେ ଦ୍ୱିତୀୟ ଥର ଭୂମିକମ୍ପ ହୋଇଥିଲା । ଡୋଡା ଓ କିସ୍ତଓ୍ୱାଡାରେ ଝଟକା ଲାଗିଥିଲା । ଦ୍ୱିତୀୟ ଥର ଝଟକାର ତୀବ୍ରତା ଥିଲା ୪.୧ ।

ଭୂମିକମ୍ପର କେନ୍ଦ୍ର କଟରାରୁ ୬୨ କିମି ଦୂରରେ ଥିଲା । ସେହିପରି ଗତ ତିନି ଦିନ ତଳେ ମଧ୍ୟ ଭୂମିକମ୍ପରେ ଥରିଥିଲା କାଶ୍ମୀର । ରାତି ୨ଟାରେ ଅନୁଭୂତ ଏହି ଝଟକାର ତୀବ୍ରତା ଥିଲା ୩.୯ ।

   Related Posts