କାଶ୍ମୀର ଘାଟି ଅଶାନ୍ତ, ପୁଣି ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କଲେ ଆତତାୟୀ

Published By : Prameya-News7 Bureau | August 12, 2022 IST

ନୂଆଦିଲ୍ଲୀ, ୧୨|୦୮: ଜମ୍ମୁ-କାଶ୍ମୀରେ ପୁଣି ଜଣେ ଅଣ କାଶ୍ମୀରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ବାନ୍ଦିପୋରାରେ କିଛି ଅଜଣା ଆତତାୟୀ ଶୁକ୍ରବାର ଏହି ଘଟଣା ଭିଆଇଥିଲେ । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ଆକ୍ରମଣକାରୀଙ୍କୁ ଗିରଫ ପାଇଁ ପୋଲିସ ନାକାବନ୍ଦୀ କରି ବିଭିନ୍ନ ସ୍ଥାନରେ ଚଢଉ କରିଛି ।

ପୋଲିସର କହିବାନୁସାରେ, ଏହି ଘଟଣା ବାନ୍ଦିପୋରର ସଦୁନାରା ଗାଁରେ ଘଟିଛି । ଏଠାରେ କିଛି ଶ୍ରମିକ ବିହାରରୁ ଆସି କାମ କରୁଥିଲେ । ଏହାମଧ୍ୟରୁ ମହମ୍ମଦ ଅମରେଜଙ୍କୁ କିଛି ଆତତାୟୀ ଗୁଳି କରି ହତ୍ୟା କରିଥିଲେ । ତାଙ୍କ ପିତାଙ୍କ ନାଁ ମହମ୍ମଦ ଜଲିଲ । ସେ ଦୀର୍ଘଦିନ ଧରି ଏଠାରେ ରହି କାମ କରୁଥିଲେ ।

ତେବେ ଘାଟିରେ ଅଣକାଶ୍ମୀରୀଙ୍କୁ ହତ୍ୟା ମାମଲା ଥମୁନାହିଁ । ଏପ୍ରିଲରେ ଦକ୍ଷିଣ କୁଲଗାମରେ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଆତଙ୍କବାଦୀ ସଙ୍ଗଠନ ବାହାର ରାଜ୍ୟର ଶ୍ରମିକଙ୍କୁ ଘାଟି ଛାଡିବାକୁ ଧମକାଇଥିଲେ । ଭୟରେ ଅନେକ କାଶ୍ମୀରୀ ପଣ୍ଡିତ ମଧ୍ୟ ଘାଟି ଛାଡିଥିଲେ । ଆତଙ୍କୀମାନେ ସରକାରୀ କର୍ମଚାରୀ, ପ୍ରବାସୀ ଶ୍ରମିକଙ୍କୁ ଟାର୍ଗେଟ୍ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.