scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

ପ୍ରଧାନମନ୍ତ୍ରୀଙ୍କ ହତ୍ୟାକାରୀର ଦୋଷ କ୍ଷମା କରାଯାଇଛି, ୟାସିନ ମଲ୍ଲିକର ମାମଲାରେ ପୁନର୍ବିଚାର ହେଉ; ମେହବୁବା ମୁଫ୍‌ତୀ

27/05/2023 at 10:50 PM

ଶ୍ରୀନଗର: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା ଅଭିଯୋଗରେ ସଜା କାଟୁଥିବା ୟାସିନ ମଲ୍ଲିକଙ୍କ ଉପରେ ବର୍ଷିଲା ଜାମ୍ମୁକାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁପ୍‌ତୀଙ୍କ କରୁଣାବାରୀ। କହିଲେ, ପ୍ରଧାନମନ୍ତ୍ରୀଙ୍କ ହତ୍ୟାକାରୀକୁ ବି ଛଡ଼ାଯାଇଛି। ୟାସିନ ବିଷୟରେ ଆଉଥରେ ଚିନ୍ତାକର।

ଗତକାଲି ୟାସିନକୁ ଫାଶୀ ଦଣ୍ଡ ଦେବାକୁ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା ଏନ୍‌ଆଇଏ। ହେଲେ ଆଜି ମେହବୁବା ଏଭଳି ଦାବି କରିଛନ୍ତି। ପିପୁଲ୍ସ ଡେମୋକ୍ରାଟିକ ପାର୍ଟି(ପିଡିପି) ମୁଖ୍ୟ ମେହେବୁବା ୟାସିନଙ୍କ ମାମଲାକୁ ପୁନଃ ସମୀକ୍ଷା କରିବାକୁ ଦାବି କରିଛନ୍ତି। ଶନିବାର(ମେ ୨୭) ଏନେଇ ବୟାନ ଦେଇ ମେହେବୁବା କହିଛନ୍ତି ଯେ ଜାମ୍ମୁ-କାଶ୍ମୀର ଲିବରେସନ ଫ୍ରଣ୍ଟ(ଜେକେଏଲ୍‌ଏଫ୍) ପ୍ରମୁଖ ୟାସିନ ମଲ୍ଲିକ ବିଷୟରେ ସମୀକ୍ଷା ଓ ପୁନର୍ବିଚାର କରିବାର ଦରକାର। କାରଣ ଭାରତ ଭଳି ଗଣତାନ୍ତ୍ରୀକ ଦେଶରେ ଜଣେ ପ୍ରଧାନମନ୍ତ୍ରୀଙ୍କ ହତ୍ୟାକାରୀଙ୍କ ଦଣ୍ଡ କ୍ଷମା କରିଦିଆଯାଇଛି।

NIA Moves Delhi High Court Seeking Death Penalty For Yasin Malik In Terror  Funding Case

  

ୟସିନ୍ ମଲ୍ଲିକ ବିରୋଧରେ ଜାମ୍ମୁରେ ଦୁଇଟି ହାଇ-ପ୍ରୋଫାଇଲ୍ ମାମଲା ଚାଲୁଛି । ୧୯୯୦ରେ ସେ ବିଚ୍ଛିନ୍ନବାଦୀ ନେତାଙ୍କ ପ୍ରମୁଖ ଚେହେରା ଥିଲା । ଯୁବପୀଢୀଙ୍କୁ ଧରି ହିଂସା ଉସୁକେଇବା ଭଳି କାର୍ଯ୍ୟ କରୁଥିଲା ବୋଲି ଏନଆଇଏ ରିପୋର୍ଟ ଦେଇଛି । ଫଳରେ କାଶ୍ମୀରରୁ ବହୁ ସଂଖ୍ୟାରେ କାଶ୍ମୀର ପଣ୍ଡିତ ପଳାୟନ କରିଛନ୍ତି । ୟୁସିନ ମଲ୍ଲିକ ଉପରେ ୧୯୮୯ ଡିସେମ୍ବର ୮ ତାରିଖରୁ ରୁବେୟା ସୈଦ ଅପହରଣ ମାମଲାରେ ଶୁଣାଣି ଚାଲୁଛି । ସେହିପରି ୨୫ ଜାନୁଆରୀ ୧୯୯୦ରେ ୪ ବାୟୁସେନା ଅଧିକାରୀଙ୍କୁ ହତ୍ୟା କରିବା ମାମଲାରେ ଦୋଷୀ ୟାସିନ୍ ।

NIA cracks down on gangster-terror nexus, raids underway at 72 locations -  India Today

ପଢ଼ନ୍ତୁ- ଦିଲ୍ଲୀ ୟୁନିଭର୍ସିଟି ସିଲାବସରୁ ହଟିଲା ‘ସାରେ ଜାହାଁ ସେ ଆଚ୍ଛା’ର ଲେଖକ ମହମ୍ମଦ ଇକ୍‌ବାଲଙ୍କ ବିଷୟ

ସମାଚାର ଏଜେନ୍ସି ପିଟିଆଇ, ଜାତୀୟ ଯାଞ୍ଚ ଏଜେନ୍ସି ଶୁକ୍ରବାର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ବିଚ୍ଛିନ୍ନବାଦୀ ନେତା ୟସିନ୍ ମଲ୍ଲିକକୁ ମ଼ୃତ୍ୟୁ ଦଣ୍ଡାଦେଶ ଶୁଣାଇବାକୁ ଆବେଦନ କରିଛି । ଜଷ୍ଟିସ୍ ସିଦ୍ଧାର୍ଥ ମୂଦୁଲ ଏବଂ ଜଷ୍ଟିସ୍ ଦଲବନ୍ତ ସିଂହଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମେ’ ୨୯ ତାରିଖରେ କରିବେ ବୋଲି କହିଛନ୍ତି ।  

   Related Posts