କଂଗ୍ରେସ ଶୂନ୍ୟ ହେବ କି ଜାମ୍ମୁ-କାଶ୍ମୀର ? ପୁଣି ୨୦ ନେତାଙ୍କ ଇସ୍ତଫା

Published By : Prameya-News7 Bureau | September 02, 2022 IST

ନୂଆଦିଲ୍ଲୀ: ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କଂଗ୍ରେସ ଛାଡ଼ିବା ପରେ ଜାମ୍ମୁ-କାଶ୍ମୀରରେ ହତଶିରି ହେଲାଣି କଂଗ୍ରେସ। ଦଳରୁ ଜଣିଏ ପରେ ଜଣିଏ ନେତା ଓ କର୍ମୀ ଇସ୍ତଫା ଦେଉଛନ୍ତି। ଆଜି ପୁଣି ଜାମ୍ମୁ-କାଶ୍ମୀରରେ ୨୦ ନେତା କଂଗ୍ରେସ ନେତା ଆଜାଦଙ୍କ ସମର୍ଥନରେ ଦଳ ଛାଡ଼ିଛନ୍ତି। ଅଗଷ୍ଟରେ ଗୁଲାମ ନବୀ ଆଜାଦ ଜାମ୍ମୁ-କାଶ୍ମୀ କଂଗ୍ରେସର ସମସ୍ତ ପଦରୁ ଇସ୍ତଫା ଦେବା ପରେ ନେତାଙ୍କ ଇସ୍ତଫାପତ୍ରର ଲାଇନ୍‌ ଲାଗିଯାଇଛି।   

ଆଜାଦ ଦଳ ଛାଡ଼ିବା ପରେ କଂଗ୍ରେସରେ ଚାଟୁକାରିତା ଚାଲିଛି ବୋଲି ଅଭିଯୋଗ କରିଥିଲେ। କେତେକ ଚାଟୁକାର ନେତାଙ୍କୁ ନେଇ ଦଳ ଚାଲୁଛି ଓ ଦଳର ନିଷ୍ପତ୍ତି ରାହୁଲ ଗାନ୍ଧୀଙ୍କ ପିଏ ଓ ସିକ୍ୟୁରିଟି ଗାର୍ଡ ନେଉଛନ୍ତି ବୋଲି ଆଜାଦ କହିଥିଲେ। ଦଳ ମଜଭୁତ ପାଇଁ ରାହୁଲ କିଛି ବି ପଦକ୍ଷେପ ନେଉ ନାହାନ୍ତି ବୋଲି ଆଜାଦ ଅଭିଯୋଗ କରି କଂଗ୍ରେସରୁ ଇସ୍ତଫା ଦେଇଥିଲେ।  

ଏହା ପୂର୍ବରୁ ଗୁରୁବାର ୩୬ କଂଗ୍ରେସ ନେତା ଆଜାଦଙ୍କୁ ସମର୍ଥନ କରି ଦଳରୁ ଇସ୍ତଫା ଦେଇଥିଲେ। ଯେଉଁଥିରେ ନ୍ୟାସ୍‌ନାଲ୍ ଷ୍ଟୁଡେଣ୍ଟ ୟୁନିୟନ ଅଫ୍ ଇଣ୍ଡିଆର ଅଧକ୍ଷ ଭି ସାମିଲ ଥିଲେ। ପୂର୍ବରୁ ୬୪ ବରିଷ୍ଠ ନେତା ଦଳରୁ ଇସ୍ତଫା ଦେଇସାରିଛନ୍ତି। ଏହି ସମସ୍ତ ନେତା ଆଜାଦଙ୍କ ନୂଆ ଦଳରେ ଯୋଗ ଦେବେ ବୋଲି ଶୁଣିବାକୁ ମିଳୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.