ଜମ୍ମୁ-କାଶ୍ମୀର ରାମବନରେ ବାଦଲଫଟା ବର୍ଷା, ଭୂ-ସ୍ଖଳନରେ ୨ ମୃତ

Published By : Prameya-News7 Bureau | August 11, 2022 IST

ଜମ୍ମୁ ୧୧।୮: କାଶ୍ମୀର ଉପତ୍ୟାକାରେ ବର୍ଷା ଯୋଗୁ ଭୂ-ସ୍ଖଳନ ଓ ବାଦଲ ଫାଟିବା ଭଳି ପ୍ରାକୃତିକ ବିପର୍ଯ୍ୟୟ ଜାରି ରହିଛି। ଗୁରୁବାର ରାମବନରେ ବାଦଲ ଫାଟିଛି। ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ବାଦଲଫାଟିବା ଓ ଭୂ-ସ୍ଖଳନ ଯୋଗୁ ମୁଖ୍ୟ ମାର୍ଗରେ ମାଟି ଅତଡା ପଡିଛି। ଫଳରେ ଜମ୍ମୁ-ଶ୍ରୀନଗର ଯୋଗାଯୋଗ ବାଧିତ ହୋଇଛି। ରାମବନରେ ବାଦଲ ଫାଟିବା ଯୋଗୁ ୨ ଜଣଙ୍କ ମୃତ୍ୟୁ ହୋଇଛି। ଜମ୍ମୁ-କାଶ୍ମୀରରେ ଲଗାଣ ବର୍ଷା ଯୋଗୁ ଭୂ-ସ୍ଖଳନ ଘଟଣା ବଢ଼ିବଢି ଚାଲିଛି।

wp:html /wp:html

ରାମବନରେ ବାଦଲ ଫାଟିବା ଯୋଗୁ ପାହାଡରୁ ବଡ଼ ବଡ଼ ପଥର ଗଡି ତଳକୁ ଖସିଥିଲା। ଫଳରେ ଲୋକେ ଯିଏ ଜୁଆଡେ ପାରିଲେ ପଳାୟନ କରିଥିଲେ। ପାହାଡରୁ ପଥର ଖସିବା ଯୋଗୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି। ବାଦଲଫାଟିବା ଘଟଣା ଜଣାପଡିବା ମାତ୍ରେ ପ୍ରଶାସନ ପକ୍ଷରୁ ତୁରନ୍ତ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ଏଥିରେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜମାର୍ଗକୁ ବନ୍ଦ କରିଦିଆଯାଇଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ବାହନଙ୍କ ଭିଡ ଜମିଛି।

wp:html /wp:html

ସେପଟେ ଲଗାଣ ବର୍ଷା ଯୋଗୁ ରାଜ୍ୟର ତବି ନଦୀରେ ଜଳସ୍ତର ବଢିଛି। ପ୍ରଶାସନ ଲୋକଙ୍କୁ ନଦୀ କୂଳକୁ ନ ଯିବାକୁ ଓ ସତର୍କ ରହିବା ପାଇଁ କହିଛି। କାଶ୍ମୀର ଭଳି ହିମାଚଳ ପ୍ରଦେଶ କୁଲ୍ଲୁରେ ମଧ୍ୟ ବର୍ଷା ବିତ୍ପାତ ରଚିଛି। କୁଲ୍ଲୁ ଜିଲ୍ଲା ଆନିରେ ଗତ ରାତିରେ ବାଦଲ ଫାଟିଛି। ଫଳରେ ଅନେକ ଦୋକାନ ଓ ଗାଡି ଭାସି ଯାଇଛି। ବାଦଲ ଫାଟିବା ଯୋଗୁ ଆନି ଗାଁ ଓ ଦେବଠୀ ପଞ୍ଚାୟତ ଗୁରୁତର ପ୍ରଭାବିତ ହୋଇଛି। ହିମାଚଳ ଚମ୍ବାରେ ମଧ୍ୟ ଭୀଷଣ ବର୍ଷା ଓ ବାଦଲ ଫାଟିବାର ସୂଚନା ଆସୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.