କୁପଓ୍ୱାଡା ସେକ୍ଟରରେ ଏନକାଉଣ୍ଟର, ଅନୁପ୍ରବେଶ ବେଳେ ୩ ଆତଙ୍କବାଦୀ ନିପାତ

Published By : Prameya-News7 Bureau | May 26, 2022 IST

ନୂଆଦିଲ୍ଲୀ ୨୬/୦୫: ଜମ୍ମୁ-କାଶ୍ମୀରରେ ପୁଣି ଏନକାଉଣ୍ଟର। ୩ ଆତଙ୍କବାଦୀ ସଫା । ସେନା ଗୁଳିରେ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି। ସେମାନଙ୍କ ଠାରୁ ବ୍ୟାପକ ଗୋଳା ବାରୁଦ ଓ ଅସ୍ତ୍ର ଶସ୍ତ୍ର ଜବତ କରାଯାଇଛି ।

ସୂଚନାନୁସାରେ, ଜମ୍ମୁ-କାଶ୍ମୀରର କୁପଓ୍ୱାଡା ସେକ୍ଟରରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ମିଳିଥିଲା । ସେମାନେ ଭାରତୀୟ ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଥିଲେ । ଏହି ସମୟରେ ସେନା ସହ ସେମାନଙ୍କର ମୁହାଁମୁହିଁ ହୋଇଥିଲା । ତେବେ ସେନା ଗୁଳିରେ ୩ ଜଣ ଆତଙ୍କୀ ନିହତ ହୋଇଛନ୍ତି । ଦୀର୍ଘ ଘଣ୍ଟା ଧରି ଉଭୟ ପକ୍ଷ ମଧ୍ୟରେ ଏନକାଉଣ୍ଟର ଚାଲିଥିଲା ।

wp:html /wp:html

ଘଟଣାକୁ ନେଇ ଆଇଜିପି ବିଜୟ କୁମାର କହିଛନ୍ତି ଯେ, ଆତଙ୍କବାଦୀଙ୍କ ପରିଚୟ ମିଳିପାରି ନାହିଁ । ତେବେ ସେମାନେ ଅନୁପ୍ରବେଶଉଦ୍ୟମ କରୁଥିବା ବେଳେ ଏନକାଉଣ୍ଟର ହୋଇଥିଲା । ସେମାନଙ୍କଠାରୁ ବନ୍ଧୁକ, ଗ୍ରେନେଡ୍ ଆଦି ଜବତ କରାଯାଇଥିବା ଜଣାପଡିଛି ।

ସୂଛନାଯୋଗ୍ୟ, ବୁଧବାର ମଧ୍ୟ ବାରାମୂଳା ସେକ୍ଟରରେ ସେନା ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ଏଥିରେ ୩ ପାକିସ୍ତାନୀ ଆତଙ୍କବାଦୀ ସଫା ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.