ଜାମ୍ମୁ-କାଶ୍ମୀରରେ ସେନାର ‘ଆତଙ୍କୀ ସଫାଈ ଅଭିଯାନ’; ବଡ଼ଗ୍ରାମରେ ୨ ଆତଙ୍କବାଦୀ ନିହତ

Published By : Prameya-News7 Bureau | January 17, 2023 IST

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ସେନାର 'ଆତଙ୍କୀ ସଫାଇ ଅଭିଯାନ' । ଖୋଜି ଖୋଜି ଆତଙ୍କବାଦୀଙ୍କୁ ସଫା କରୁଛି ସୁରକ୍ଷାବଳ । ବଡ଼ଗ୍ରାମରେ ପୁଣି ଦୁଇ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛନ୍ତି ଯବାନ ।

କାଶ୍ମୀର ଘାଟିରେ ଲଗାତାର ଟାର୍ଗେଟ୍ କିଲିଂ ବଢୁଛି । ଆତଙ୍କବାଦୀମାନେ ହିନ୍ଦୁ ପରିବାରକୁ ହତ୍ୟା କରୁଛନ୍ତି । ଏହା ଉପରେ ରୋକ୍ ଲଗାଇବାକୁ ଭାରତୀୟ ସେନା ଆରମ୍ଭ କରିଛି  ଆତଙ୍କୀ ସଫାଇ ଆଭିଯାନ । ମଙ୍ଗଳବାର ବଡ଼ଗ୍ରାମରେ ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୨ଜଣ ଆତଙ୍କବାଦୀଙ୍କ ନିହତ ହୋଇଛନ୍ତି ।   

ସୂଚନୀ ଆନୁଯାୟୀ, ବଡ଼ଗ୍ରାମ ଅଦାଲତ ପରିସରରେ ଏହି ଏନକାଉଣ୍ଟର ହୋଇଥିଲା । ସ୍ଥାନୀୟ ପୋଲିସ ଅଧିକାରୀ ଓ ସେନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି, ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।  

କାଶ୍ମୀର ଏଡିଜିପି ଘଟଣାର ସୂଚନା ଦେଇଛନ୍ତି । ନିହତ ହୋଇଥିବା ୨ ଆତଙ୍କବାଦୀ ହେଉଛନ୍ତି ପୁଲଓ୍ବାମାର ଆରବାଜ୍ ମିର୍ ଓ ସାହିଦ୍ ଶେଖ । ବଡ଼ଗ୍ରାମରେ ସନ୍ଦିଗ୍ଧ ଗାଡ଼ିକୁ ଅଟକାଇ ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ । ଯବାନଙ୍କ ପାଲଟା ଜବାବରେ ଦୁଇ ଆତଙ୍କୀ ନିହତ ହୋଇଛନ୍ତି । ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ସହିତ ବିପୁଳ ପିରିମାଣରେ ଗୋଳାବାରୁଦ ଜବତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.