ଜାମ୍ମୁ କାଶ୍ମୀରର ଉଦ୍ଦମପୁର ଜିଲ୍ଲାରେ ବସ ଦୁର୍ଘଟଣା; ୩ ମୃତ ୧୦ ଆହତ
7/07/2022 at 7:49 PM

ଶ୍ରୀନଗର ୦୭/୦୭: ଜମ୍ମୁକାଶ୍ମୀରର ଉଦ୍ଦମପୁର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାରେ ଏକ ବସ୍ ଯାଉଥିବା ବେଳେ ଗୋଟିଏ ଘାଇ ଭିତରକୁ ଖସିପଡ଼ିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ହେବା ସହିତ ୧୦ ଜଣ ଆହତ ହୋଇଛନ୍ତି। ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ଏହି ଘଟଣାରେ ରାଜ୍ୟ ମନ୍ତ୍ରୀ ଜିତେନ୍ଦର ସିଂହ ଶୋକ ପ୍ରକାଶ କରିଛନ୍ତି।
ଖବର ଅନୁସାରେ ଜମ୍ମୁ କାଶ୍ମୀରର ରାମନଗର ଗୁଣ୍ଡିଆ ଗାଁରୁ ବିବାହ ଉତ୍ସବ ପାଇଁ ଏକ ବସ୍ ଯାଉଥିଲା। ଏହା ମଧ୍ୟରେ ରାସ୍ତରେ ବସଟି ଏକ ଘାଇରେ ଖସିପଡ଼ିଲା। ବସ୍ ଦୃତ ଗତିରେ ଯାଉଥିବାରୁ ଏଭଳି ଦୁର୍ଘଟଣା ଘଟିଛି ବୋଲି କୁହାଯାଇଛି।
ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ଜଣ ଆହତ ହୋଇଥିବା ସ୍ପଷ୍ଟ ହୋଇଛି। ଆହତମାନଙ୍କୁ ପାଖ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ସଂଖ୍ୟା ବଢିବ ବୋଲି ଅନୁମାନ କରାଯାଉଛି। ସେପଟେ କେନ୍ଦ୍ରୀୟ ବିଜ୍ଞାନ ଓ ପ୍ରାଦ୍ୟୋଗିକ ରାଜ୍ୟମନ୍ତ୍ରୀ ଜିତେନ୍ଦର ସିଂହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।