ଜମ୍ମୁ-କାଶ୍ମୀରରେ ଇଣ୍ଟରନେଟ ଓ ଫୋନ ସେବା ଉପରେ ରୋକ୍ ଲାଗିବା ପରେ ବି ବିଚ୍ଛିନ୍ନତାବାଦୀ ନେତା ଗିଲାନୀ ଚଲାଉଥିଲେ ଇଣ୍ଟରନେଟ୍, କିପରି ଜାଣନ୍ତୁ
20/08/2019 at 4:11 PM

ଶ୍ରୀନଗର୨୦|୮: ଧାରା ୩୭୦ ଓ ୩୫ଏ ଉଚ୍ଛେଦ ପରେ ଜମ୍ମୁ-କାଶ୍ମୀରରେ ଧାରା ୧୪୪ ଲାଗିବା ସହ ଇଣ୍ଟରନେଟ ଓ ଫୋନ ସେବା ବନ୍ଦ କରାଯାଇଥିଲା।ଇଣ୍ଟରନେଟ ସେବା ବନ୍ଦ ହେବା ସତ୍ବେ ବି ବିଚ୍ଛିନ୍ନତାବାଦୀ ନେତା ସେୟଦ ଅଲ୍ଲୀ ଖାନ ଶାହ ଗିଲାନୀ ଟ୍ବିଟକରୁଥିଲେ ।ଇଣ୍ଟରନେଟ ବନ୍ଦ ହେବା ସତ୍ବେ ଗିଲାନୀ କିପରି ଟ୍ବିଟକଲେ ଏନେଇ ବିଏସଏନଏଲର ଦୁଇଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏତେ କଡ଼ାକଡ଼ି ବ୍ୟବସ୍ଥା ଭିତରେ ଗିଲାନୀଙ୍କ ଇଣ୍ଟରନେଟ କନେକ୍ସନ କିପରି ପାଇଲେ ଏନେଇ ଦୁଇ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ସହ କାଶ୍ମୀରକୁ ବିଶେଷ ରାଜ୍ୟର ମାନ୍ୟତା ଦିଆଯାଇଛି। ଅଗଷ୍ଟ ୪ ତାରିଖରେ କାଶ୍ମୀରରେ ଇଣ୍ଟରନେଟ ଓ ଫୋନ ସେବା ଉପରେ ସରକାର ପ୍ରତିବନ୍ଧକ ଲଗାଇଥିଲା।ହେଲେ ବିଚ୍ଛିନ୍ନତାବାଦୀ ନେତା ଗିଲାନୀଙ୍କ ଲ୍ୟାଣ୍ଡଲାଇନ ଫୋନ ଓ ଇଣ୍ଟରନେଟ ଆଠ ଦିନ ପର୍ଯ୍ୟନ୍ତ ଚାଲୁ ରହିଥିଲା। ଇଣ୍ଟରନେଟ ଉପରେ ପ୍ରତିବନ୍ଧକ ଲାଗିବା ପରେ ବି ଗିଲାନୀ ତାଙ୍କ ଟୁଇଟର ଆକାଉଣ୍ଟରେ ଟ୍ବିଟ କରିଥିଲେ। ଏନେଇ ଦୁଇ ବିଏସଏନଏଲ ଅଧକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ଗିଲାନୀ ସବୁବେଳେ ଭାରତ ବିରୋଧରେ ପ୍ରତିକ୍ରିୟା ଦେଇ ଚର୍ଚ୍ଚାରେ ରହିଥାନ୍ତି।