ଜାମ୍ମୁ କାଶ୍ମୀରରେ ନୂଆ ସୂର୍ଯ୍ୟୋଦୟ : ଆଜିଠୁ ବଦଳିଗଲା ଇତିହାସ ଓ ଭୂଗୋଳ, କେମିତି ହେବ ଏବେ ଆଇନ ବ୍ୟବସ୍ଥା ଜାଣନ୍ତୁ

Published By : Prameya-News7 Bureau | October 31, 2019 IST

ଶ୍ରୀନଗର ୩୧|୧୦: ଜାମ୍ମୁ କାଶ୍ମୀରରେ ନୂଆ ସୂର୍ଯ୍ୟୋଦୟ ।ଆଜିଠାରୁ ପୁରୁଣା ଜାମ୍ମୁ କାଶ୍ମୀର ରାଜ୍ୟ ବିଭାଜନ ହୋଇ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହୋଇଛି ।ଏହାସହିତ ଓଡ଼ିଆ ଆଇଏଏସ ଅଧିକାରୀ ଗିରୀଶ ଚନ୍ଦ୍ର ମୁର୍ମୁ ଜାମ୍ମୁ କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ନିଯୁକ୍ତି ହୋଇଛନ୍ତି ।ସେହିଭଳି ଆର୍‌.କେ ମାଥୁର ଲଦାଖର ଉପରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ।ପୂର୍ବରୁ ରାଜ୍ୟ ଭାବେ ଜାମ୍ମୁ କାଶ୍ମୀରରେ ଲାଗୁ ହେଉଥିବା ଆଇନ ଗୁଡ଼ିକ ରଦ୍ଦ ହୋଇଯାଇଥିବା ବେଳେ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ କେନ୍ଦ୍ରୀୟ ଆଇନ ଗୁଡ଼ିକ ଲାଗୁ ହେବ।

{"id":177397}

ଦିନକରେ ବଦଳିଗଲା ଜାମ୍ମୁ କାଶ୍ମୀରର ଇତିହାସ ଓ ଭୂଗୋଳ ।ଇତିହାସ ପୃଷ୍ଠାକୁ ଚାଲିଗଲା ଜାମ୍ମୁ କାଶ୍ମୀର ରାଜ୍ୟ ।ଆଜିଠୁ ଜାମ୍ମୁ କାଶ୍ମୀର ଏକ କେନ୍ଦ୍ର ଶାସିତ ଅଞ୍ଚଳ ହୋଇଥିବା ବେଳେ ପୂର୍ବରୁ ଏହାର ଅଂଶବିଶେଷ ଥିବା ଲଦାଖ ହୋଇଛି ଅନ୍ୟ ଏକ କେନ୍ଦ୍ର ଶାସିତ ଅଞ୍ଚଳ ।ଆତଙ୍କବାଦ ଏବଂ ବିଚ୍ଛିନ୍ନତାବାଦ ପ୍ରଭାବିତ ଜାମ୍ମୁ କାଶ୍ମୀରର ଇତିହାସରେ ହୋଇଛି ନୂଆ ସୂର୍ଯ୍ୟୋଦୟ ।

{"id":177399}

ଜାମ୍ମୁ କାଶ୍ମୀର ପାଇଁ ପୂର୍ବରୁ ଲାଗୁ ହେଉଥିବା ପତାକା ଏବଂ ସମ୍ବିଧାନ ଅଚଳ ହୋଇପଡ଼ିଛି ।ନୂଆକରି ଗଠିତ ହୋଇଥିବା ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଦୁଇଜଣ ଉପରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି ।ଜାମ୍ମୁ କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି ଗୁଜରାଟ କ୍ୟାଡରର ଓଡ଼ିଆ ଆଇଏଏସ୍‌ ଗିରୀଶ ଚନ୍ଦ୍ର ମୁର୍ମୁ । ତାଙ୍କୁ ଜାମ୍ମୁ ଓ କାଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ଗୀତା ମିତ୍ତଲ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

{"id":177401}

ଏହାପରେ ତାଙ୍କୁ ଗାର୍ଡ ଅଫ୍  ଅନର ଦିଆଯାଇଛି ।ମୟୂରଭଞ୍ଜର ବେତନଟୀ ବାସିନ୍ଦା ଗିରିଶ ମୁର୍ମୁଙ୍କ ପରିବାର ଏବେବି ବେତନଟୀରେ ରହୁଛନ୍ତି ।ବାପା ଭାଗବତ ମୁର୍ମୁ  ରେଲୱେରେ ବରିଷ୍ଠ ଅଧିକାରୀ ଥିଲେ ଓ ମାଆ ପାର୍ବତୀ ମୁର୍ମୁ ଡାକ ବିଭାଗର ଅଧିକାରୀ ଥିଲେ । ଉତ୍କଳ ବିଶ୍ବବିଦ୍ୟାଳୟରୁ ଡିଗ୍ରୀ ହାସଲ ପରେ ଗିରୀଶଚନ୍ଦ୍ର ୟୁନିଭର୍ସିଟି ଅଫ ବର୍ମିଂହାମରୁ ଏମ୍.ବି.ଏ କରିଥିଲେ  ।

{"id":177402}

ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌ଙ୍କ ଜୟନ୍ତୀରେ ହୋଇଛି ଜାମ୍ମୁ କାଶ୍ମୀରର ପୁନର୍ଗଠନ ।ଦେଶ ସ୍ବାଧୀନତା ବେଳେ ୫୬୦ଟି ରାଜ୍ୟକୁ ଭାରତୀୟ ସଂଘୀୟ ବ୍ୟବସ୍ଥାରେ ମିଶାଇଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌ଙ୍କ ଜୟନ୍ତୀ ଜାତୀୟ ଏକତା ଦିବସ ଭାବେ ପାଳିତ ହେଉଛି ।

{"id":177403}

ତେବେ ଜାମ୍ମୁ କାଶ୍ମୀରର ବିଧାନସଭା ଥିବା ବେଳେ ଲଦାଖର କୌଣସି ବିଧାନସଭା ରହିବ ନାହିଁ ।ଜାମ୍ମୁ କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ନିଯୁକ୍ତ ଗିରୀଶ ଚନ୍ଦ୍ର ମୁର୍ମୁ ୧୯୮୫ ବ୍ୟାଚ୍‌ର ଗୁଜରାଟ କ୍ୟାଡର ଆଇଏଏସ୍‌ ଅଧିକାରୀ ।ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶ୍ବସ୍ତ ଅଧିକାରୀଙ୍କ ଭିତରୁ ସେ ଜଣେ । ଚଳିତବର୍ଷ ମାର୍ଚ୍ଚ ମାସରେ ସେ ଅର୍ଥ ମନ୍ତ୍ରାଳୟର ବ୍ୟୟ ଭାବେ ନିଯୁକ୍ତ ହୋଇଥିଲେ ।

{"id":177405}

ଆଜିଠାରୁ ଜାମ୍ମୁ କାଶ୍ମୀରର ୭୨ ବର୍ଷ ପୁରୁଣା ଇତିହାସ ବଦଳିଯାଇଛି ।ପ୍ରଥମ ଥର ପାଇଁ ଦେଶର କୌଣସି ରାଜ୍ୟକୁ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା ହୋଇଥିବା ବେଳେ ଦେଶର ମୋଟ କେନ୍ଦ୍ର ଶାସିତ ଅଞ୍ଚଳ ସଂଖ୍ୟା ୯ରେ ପହଞ୍ଚିଛି ।ଏବେ ସେଠାରେ ସରକାରୀ କାମ ଉର୍ଦ୍ଦୁ ବଦଳରେ ହିନ୍ଦୀ ଭାଷାରେ ହେବ ।ଦୁଇ ନବଗଠିତ କେନ୍ଦ୍ର ଶାସିତ ଅଞ୍ଚଳରେ ରଣବୀର ଆଇନ ବଦଳରେ ଭାରତୀୟ ଦଣ୍ଡ ସଂହିତା-ଆଇପିସି ଲାଗୁ ହେବ ।ଏବେ ଜାମ୍ମୁ କାଶ୍ମୀରରେ କ୍ରିମିନାଲ ପ୍ରୋସିଜ୍ୟୋର କୋଡ୍‌-ସିଆରପିସି ଲାଗୁ ହେବ ।ନୂଆ ଜାମ୍ମୁ କାଶ୍ମୀରରେ ପୋଲିସ ଏବଂ ଆଇନ କାନୁନ ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ଅଧୀନରେ ରହିବ ।

{"id":177407}

ଜମି ବ୍ୟବସ୍ଥାର ଦେଖାରେଖା ନିର୍ବାଚିତ ସରକାରଙ୍କ ଦ୍ବାରା ହେବ ।ଜାମ୍ମୁ କାଶ୍ମୀର ବିଧାନସଭା ସଦସ୍ୟ ସଂଖ୍ୟା ପୂର୍ବରୁ ୧୦୭ ଥିବା ବେଳେ ଏବେ ଏହା ୧୧୪ ହେବ ।ପାକ୍‌ ଅଧିକୃତ କାଶ୍ମୀର ପାଇଁ ବିଧାନସଭାରେ ୨୪ଟି ଆସନ ଖାଲି ରଖାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.