ସୋପିଆନ ଏନକାଉଣ୍ଟର: ସେନା ଗୁଳିରେ ଟଳିଲେ ୪ ଆତଙ୍କବାଦୀ, ଗୁଳି ବିନିମୟ ଜାରି

Published By : Prameya-News7 Bureau | August 28, 2020 IST

ଶ୍ରୀନଗର ୨୮।୦୮: ଜାମ୍ମୁ-କାଶ୍ମୀରରେ ସୁରକ୍ଷାବଳ ଦ୍ଵାରା ଆତଙ୍କବାଦୀଙ୍କ ନିପାତ ଅଭିଯାନ ଜାରି ରହିଛି। ଶୁକ୍ରବାର ସୋପିଆନ ଜିଲ୍ଲାରେ ସୁରକ୍ଷାବଳର ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏହି ଗୁଳି ବିନିମୟରେ ୪ ଆତଙ୍କବାଦୀ ପ୍ରାଣ ହରାଇଥିବା ବେଳେ ଜଣେ ଆତ୍ମ ସମର୍ପଣ କରିଛି। ଏହି ଘଟଣା ସୋପିଆନର କିଲୁରା ଅଞ୍ଚଳରେ ଘଟିଛି। ଏହି ଅଞ୍ଚଳରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି।

ଗୁଇନ୍ଦା ସୂଚନା ମିଳିବା ପରେ ଜାମ୍ମୁ-କାଶ୍ମୀର ପୋଲିସ ଓ ସୁରକ୍ଷାବଳଙ୍କ ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଥିଲା। ସେନା ଉକ୍ତ ଅଞ୍ଚଳକୁ ଘେରି ରହି ଯାଇଥିଲେ। ଏହା ପରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଗୁଳି ବିନିମୟରେ ୪ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନଙ୍କ ନିକଟରେ ଆତ୍ମ ସମର୍ପଣ କରିଛି। ଘାଟିରେ ଲଗାତାର ସୁରକ୍ଷାବଳ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇ ଆତଙ୍କବାଦୀ ବିରୋଧୀ ଅଭିଯାନ ଜାରି ରହିଛି। ଚଳିତ ସପ୍ତାହରେ ବାରାମୂଲାର କ୍ରେରି ଅଞ୍ଚଳରେ ଗୁଳି ବିନିମୟରେ ଯବାନଙ୍କ ଗୁଳିରେ ଆତଙ୍କବାଦୀ ଟଳି ପଡିଥିଲେ।

wp:html /wp:html

ସେହି ପରି ଅଗଷ୍ଟ ୨୦ରେ ମଧ୍ୟ ହନ୍ଦଓ୍ଵାଡାରେ ସର୍ଚ୍ଚ ଅପରେସନ କରାଯାଇ ଏନକାଉଣ୍ଟର ହୋଇଥିଲା। ଏଥିରେ ୨ ଆତଙ୍କବାଦୀ ନିହତ ହୋଇଥିଲେ। ଜାମ୍ମୁ-କାଶ୍ମୀରରେ ସୁରକ୍ଷାବଳଙ୍କ ଦ୍ଵାରା ୨୦୨୦ରେ ଅଦ୍ୟାବଧି ଶହେରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି। ଅଗଷ୍ଟ ୧୫ରେ ମଧ୍ୟ ଘାଟିରେ ଆଲର୍ଟ ଜାରି କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ଆତଙ୍କବାଦୀଙ୍କ ପକ୍ଷରୁ ଦୀର୍ଘ ସମୟରୁ ସେନାକୁ ନିଶାଣ କରାଯାଉଛି। ଆତଙ୍କବାଦୀଙ୍କ ପକ୍ଷରୁ ଚେକ ପୋଷ୍ଟ ଓ ଅନ୍ୟ ଜାଗାରେ ଛପି ରହି ଅତର୍କିତ ଭାବେ ଆକ୍ରମଣ କରାଯାଉଛି। ଏହି କାରଣରୁ ଗତ ଦିନରେ କିଛି ଯବାନ ସହିଦ ମଧ୍ୟ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.