ରଜୌରୀ ସେକ୍ଟରରେ ଦୁଇ ଆତଙ୍କୀ ଘେରାବନ୍ଦୀ; ନଜରରେ ଲସ୍କର-ଏ-ତୈବାର କମାଣ୍ଡର

Published By : Prameya-News7 Bureau | September 14, 2023 IST

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର ଜାରି । ଏଲଓସିର ପୃଥକ ପୃଥକ ସ୍ଥାନରେ ସେନା ଓ ଆତଙ୍କବାଦୀ ମୁହାଁମୁହିଁ  ହୋଇଛନ୍ତି । ରଜୌରୀ ସେକ୍ଟରରେ ସର୍ଚ୍ଚ ଅପରେସନ ବେଳେ ଦୁଇ ଆତଙ୍କବାଦୀ ନଜରବନ୍ଦୀ ହୋଇଛନ୍ତି । ଏଥିରେ ଲସ୍କର-ଏ-ତୈବାର କମାଣ୍ଡର ଉଜୈର ଖାନ୍ ଫସି ରହିଛି । ଆତଙ୍କୀ ଏନକାଉଣ୍ଟର ପରେ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ତନତନ କରି ସର୍ଚ୍ଚ ଅପରେସନ କରୁଛି ସୁରକ୍ଷାବଳ ।

ଆତଙ୍କବାଦୀଙ୍କ ବିରୋଧରେ ଜାରି ସର୍ଚ୍ଚ ଅଭିଯାନରେ ଭାରତୀୟ ସେନାର ପାରା କମାଣ୍ଡୋ ସାମିଲ ରହିଛନ୍ତି । ଆତଙ୍କୀଙ୍କ ସ୍ଥିତିକୁ ଜାଣିବା ପାଇଁ ସୁରକ୍ଷାବଳ ଡ୍ରୋନ ଏବଂ ସନ୍ଧାନୀ କୁକୁର ନିୟୋଜିତ କରାଯାଇଛି । ଏହାଛଡ଼ା ଗତକାଲି ସହିଦ ହୋଇଥିବା କର୍ଣ୍ଣେଲ ମନପ୍ରୀତ ସିଂହ ଏବଂ ମେଜର ଆଶିଷ୍ ଧୌନକଙ୍କ ପାର୍ଥୀବ ଶରୀରକୁ ସମ୍ମାନର ସହିତ ପରିବାରବର୍ଗଙ୍କ ନିକଟକୁ ପଠାଯାଇଛି ।

wp:embed {"url":"https://www.prameyanews7.com/major-ashish-dhonchak-and-2-officers-martyred-in-anantnag/","type":"wp-embed","providerNameSlug":"prameya-news-7"}
https://www.prameyanews7.com/major-ashish-dhonchak-and-2-officers-martyred-in-anantnag/
/wp:embed

ମଙ୍ଗଳବାର ଠାରୁ ଅନନ୍ତନାଗର ଜିଲ୍ଲାର ଗାଡୋଲେ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଭାରତୀୟ ସେନା ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ବୁଧବାର ଭାରତୀୟ ସେନା ଆତଙ୍କବାସୀଙ୍କୁ ଘେରାବନ୍ଦୀକରି ସର୍ଚ୍ଚ ଅପରେସନ କରୁଥିବା ଥିବାବେଳେ ଗୁଳି ବିନିମୟ ହୋଇଥିଲା । ଏଥିରେ  ମେଜର ଆଶିଷ୍ ଧୌନେକଙ୍କ ସହିତ ଜଣେ ଡିଏସପି, କର୍ଣ୍ଣେଲ ଏବଂ ଜଣେ ଯବାନ ସହିଦ ହୋଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.