Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ବିଜେପି ଓ ଆର୍‌ଏସ୍‌ଏସର ବିରୋଧୀ ନୁହେଁ ମୁସ୍ଲିମ ସଂଗଠନ: JUH ମୁଖ୍ୟ ମୌଲାନା ମହମ୍ମଦ ମଦନୀ

11/02/2023 at 4:21 PM

ନୂଆଦିଲ୍ଲୀ: ଜାମିୟତ ଉଲେମା-ଇ- ହିନ୍ଦ୍(JUH) ମୁଖ୍ୟ ମୌଲାନା ମହମ୍ମଦ ମଦନୀ କହିଛନ୍ତି ଯେ ଦେଶର ମୁସ୍ଲିମ ସଂଗଠନ ବିଜେପି ଓ ଆର୍‌ଏସ୍‌ଏସ୍‌ ବିରୋଧରେ ନାହାନ୍ତି। କିନ୍ତୁ ଉଭୟ ମଧ୍ୟରେ ବିଚାରଧାରାରେ ପାର୍ଥକ୍ୟ ରହିଛି। ବର୍ତ୍ତମାନ ଏକ ଭୁଲ୍ ହିନ୍ଦୁତ୍ୱର ପ୍ରଚାର ପ୍ରସାର କରାଯାଉଛି। ଯାହା ଅତୁଲ୍ୟ ଭାରତର ଆତ୍ମା ବିରୋଧୀ ବୋଲି ମଦନୀ କହିଛନ୍ତି।  

ଶୁକ୍ରବାର ଦିଲ୍ଲୀର ରାମଲୀଳା ମଇଦାନରେ ଜାମିୟତ ଉଲେମା-ଇ- ହିନ୍ଦର ୩୪ ତମ ସାଧାରଣ ସଭାରେ ଯୋଗ ଦେଇ ଏପରି କହିଛନ୍ତି ମଦନୀ। ଏହି ସଭାକୁ ସମ୍ବୋଧନ କଲା ବେଳେ ମଦନୀ ପାସମାଣ୍ଡାସ୍‌ ସମ୍ପ୍ରଦାୟ ପାଇଁ ସଂରକ୍ଷଣ ଦାବି କରିଛନ୍ତି। ଏହି ସମ୍ପ୍ରଦାୟ ଭେଦଭାବର ଶିକାର ହେଉଛି ତେଣୁ JUH ପାସମାଣ୍ଡାସଙ୍କ ସଂରକ୍ଷଣ ପାଇଁ ଲଢେଇ କରିବ ବୋଲି ମଦନୀ କହିଛନ୍ତି।

ତୁର୍କୀକୁ ସହଯୋଗ ପାଇଁ ମୋଦୀଙ୍କୁ ଧନ୍ୟବାଦ ଦେଲେ ମଦନୀ

ତୁର୍କୀକୁ ସହଯୋଗରେ ହାତ ବଢ଼ାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ମଦନୀ। ଏନେଇ ସେ କହିଛନ୍ତି ଯେ ତୁର୍କୀକୁ ସହଯୋଗ କରିବାକୁ କେନ୍ଦ୍ର ସରକାରଙ୍କର ସବୁ ପ୍ରକାର ଉଦ୍ୟମ କରିଛନ୍ତି। ଏଭଳି ବିପଦ ସମୟରେ ସହଯୋଗର ହାତ ବଢ଼ାଇବା ବିଦେଶ ନୀତିର ଏକ ଭଲ ଉଦାହରଣ ବୋଲି ମଦନୀ କହିଛନ୍ତି। ସେହିପରି ପାଲେଷ୍ଟାଇନ୍‌ ଓ ଇସ୍ରାଏଲ୍‌କୁ ନେଇ ଭାରତର ବିଦେଶନୀତିକୁ ପରୋକ୍ଷରେ ସମାଲୋଚନା କରିଛନ୍ତି ମଦନୀ। ଏହା ଭାରତକୁ ବେଶି ସମୟର ଲାଭ ଦେବ ନାହିଁ ବୋଲି ମଦନୀ କହିଛନ୍ତି।   

ତେବେ ମୁସଲମାନମାନେ ଭାରତ ପାଇଁ ବୋଝ ବୋଲି କହିବା ଏକଥା ଭୁଲ୍। କାରଣ ନାନା ସମସ୍ୟା ସତ୍ତ୍ୱେ  ମୁସଲିମଙ୍କ କଳାକୃତି, କାରିଗରି ଏବଂ ବଡ଼ ବଡ଼ ବ୍ୟବସାୟିକ କମ୍ପାନୀ ଭାରତର ଜିଡିପିରେ ସହଯୋଗ କରୁଛି। ସେହିପରି ଆରବ ଦେଶଗୁଡ଼ିକରୁ ଆସୁଥିବା ୪-୫ ବିଲିୟନ ଡଲାର ମଧ୍ୟରୁ ୭୦ ପ୍ରତିଶତ ମୁସ୍‌ଲିମ ହିଁ ଆଣିଥାନ୍ତି ବୋଲି ମଦନୀ କହିଛନ୍ତି। ସେହିପରି ପ୍ରଫେଟ ମହମ୍ମଦଙ୍କର ଅପମାନ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।

   Related Posts