ବିଜେପି-ଆରଏସଏସ୍ର ଆମେ ବିରୋଧୀ ନୁହଁ, ଧାର୍ମିକ ଆଧାରରେ ଭେଦଭାବ ନ ହେଉ କହିଲେ ଜମିୟତ ମୁଖ୍ୟ ମଦାନୀ
11/02/2023 at 7:59 PM

ନୂଆଦିଲ୍ଲୀ ୧୧।୨: ଦିଲ୍ଲୀ ରାମଲିଳା ମୈଦାନରେ ଅନୁଷ୍ଠିତ ହେଉଥିବା ଜମିୟତ ଉଲେମା-ଏ-ହୀନ୍ଦର ୩୪ତମ ଅଧିବେଶନରେ ମୌଲାନା ମହମୁଦ ମଦାନୀ ବଡ଼ ବୟାନ ଦେଇଛନ୍ତି। ମଦନୀ କହିଛନ୍ତି ଯେ ବିଜେପି-ଆରଏସଏସ୍ ପ୍ରତି ଆମର କୌଣସି ବିରୋଧ ନାହିଁ। ତେବେ ଧାର୍ମିକ ଆଧାରରେ ଭେଦଭାବ ହେବା କଥା ନୁହେଁ ବୋଲି କହିଛନ୍ତି। ତେବେ ଆମ ମଧ୍ୟରେ ବିଚାରଗତ ବିଭେଦ ଥିବା ସେ କହିଛନ୍ତି। ଆରଏସଏସ ସଂସ୍ଥାପକଙ୍କ ପୁସ୍ତକ ‘ବଞ୍ଚ ଅଫ ଥଟସ୍’କୁ ନେଇ କେତେକ ସମସ୍ୟା ରହିଛି ବୋଲି କହିଛନ୍ତି। ତେବେ ବର୍ତ୍ତମାନର ଆରଏସଏସ ମୁଖ୍ୟଙ୍କ ବୟାନକୁ ମଧ୍ୟ ନଜରଅନ୍ଦାଜ କରାଯାଇ ନପାରେ ବୋଲି ସେ କହିଛନ୍ତି।
ସେ କହିଛନ୍ତି ଯେ ମତ ପାର୍ଥକ୍ୟ ସମାପ୍ତ କରିବା ପାଇଁ ଆରଏସଏସ ମୁଖ୍ୟ ଓ ତାଙ୍କ ନେତାଙ୍କୁ ଆମେ ସ୍ୱାଗତ କରୁଛୁ । ଅଧିବେଶନରେ ମଦନୀ କହିଛନ୍ତି ଯେ ମୁସଲମାନଙ୍କୁ ପୈଗମ୍ବରଙ୍କ ଅପମାନ ଗ୍ରହଣୀୟ ନୁହେଁ। ପୈଗମ୍ବରଙ୍କ ବିରୋଧରେ ବୟାନ ବାଜି ମଧ୍ୟ ଉଚିତ ନୁହେଁ। ତେବେ ଦେଶରେ ଶିକ୍ଷାର ଭଗବାକରଣ ହେଉଥିବା ସେ କହିଛନ୍ତି। ହେଲେ କୌଣସି ଧର୍ମର ପୁସ୍ତକ କାହା ଉପରେ ଥୋପାଯିବା କଥା ନୁହେଁ। ଏହା ମୁସଲମାନଙ୍କ ଲାଗି ଅସ୍ୱୀକାର୍ଯ୍ୟ ଓ ଭାରତୀୟ ସମ୍ବିଧାନର ଲୋକାଚାର ବିରୋଧୀ ମଧ୍ୟ।

ଅଧିବେସନରେ ମୌଲାନା ମହମୁଦ ମଦନୀ କହିଛନ୍ତି ଯେ ଦଳିତ ମୁସଲମାନଙ୍କ ପ୍ରତି ଦେଶରେ ଭେଦଭାବ କରାଯାଉଛି। ତେବେ ଜମିୟତ ଉଲେମା-ଏ-ହୀନ୍ଦ ଏପରି ମୁସଲମାନଙ୍କ ଲାଗି ଲଢିବ ବୋଲି ସେ କହିଛନ୍ତି। ସେ ଦଳିତ ମୁସଲମାନଙ୍କ ଲାଗି ସଂରକ୍ଷଣ ଜରୁରି ବୋଲି କହିଛନ୍ତି। ଜାତି ଆଧାରରେ କରାଯାଉଥିବା ଅନ୍ୟାୟ ବାସ୍ତବିକ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। କାରଣ ଇସ୍ଲାମରେ ଜାତି ଭେଦଭାବ ମଞ୍ଜୁର ନୁହେଁ ବୋଲି ସେ କହିଛନ୍ତି।
ତେବେ ଦେଶରେ ଦଳିତ ମୁସଲମାନଙ୍କ ଉତ୍ଥାନ ଲାଗି ସରକାରଙ୍କ ଉଦ୍ୟମକୁ ମଦନୀ ଉଚ୍ଚ ପ୍ରଶଂସା କରିଛନ୍ତି। ହେଲେ ଏଥି ଲାଗି ଅଧିକ ପ୍ରୟାସର ଆବଶ୍ୟକତା ଥିବା ସେ କହିଛନ୍ତି। ମୁସଲମାନ ଭାରତ ଉପରେ ବୋଝ ନୁହନ୍ତି ବୋଲି ସେ କହିଛନ୍ତି। କାରଣ ଆରବରୁ ଭାରତକୁ ବାର୍ଷିକ ୪-୫ ବିଲିୟନ ଡଲାର ରିମିଟାନ୍ସ ଆସୁଛି। ଏଥିରୁ ୭୦ ପ୍ରତିଶତ କେବଳ ମୁସଲମାନ ଆଣୁଥିବା ସେ କହିଛନ୍ତି। ଏହା ଛଡା ବିଭିନ୍ନ ଅସୁବିଧା ସତ୍ତ୍ୱେ ମୁସଲମାନ ଶିଳ୍ପକାର, କାରୀଗର, ବଡ ବ୍ୟବସାୟୀ ଓ ଉଦ୍ୟୋଗୀ ଭାରତର ଜିଡିପିରେ ଯୋଗଦାନ କରୁଛନ୍ତି।

ଅଧିବେଶନରେ ମହମୁଦ ମଦନୀ ତୁର୍କି ଭୂମିକମ୍ପରେ ଭାରତ ସରକାରଙ୍କ ସହଯୋଗକୁ ଉଚ୍ଚ ପ୍ରଶଂସା କରିଛନ୍ତି। ମଦନୀ କହିଛନ୍ତି ଯେ ତୁର୍କିର ସହାୟତା ଲାଗି ସରକାରଙ୍କ ପ୍ରୟାସ ଲୋକଦେଖାଣିଆ ନୁହେଁ। ଏହି ସଂକଟ କାଳରେ ଆମ ସରକାର ତୁର୍କିର ସହାୟତା ଲାଗି ସବୁ ପ୍ରକାର ଉଦ୍ୟମ କରୁଛନ୍ତି। ଏହା ଭାରତୀୟ ବୈଦେଶିକ ନୀତିର ଏକ ଉଲ୍ଲେଖନୀୟ ଦିଗ ବୋଲି ସେ କହିଛନ୍ତି। ତେବେ ପାଲେଷ୍ଟାଇନ ଓ ଇସ୍ରାଏଲ ସହିତ ସମ୍ପର୍କ ଦୀର୍ଘ କାଳ ଲାଗି ଭାରତ ନିମନ୍ତେ ଲାଭଦାୟକ ହୋଇ ନପାରେ ବୋଲି ସେ ସତର୍କ କରିଛନ୍ତି।