ନୂଆଦିଲ୍ଲୀ ୧୬।୧୨: ସଂଶୋଧିତ ନାଗରିକତା ଆଇନ ବିରୋଧରେ ରବିବାର ଦିନ ଦିଲ୍ଲୀରେ ବ୍ୟାପକ ପରିମାଣରେ ହିଂସା ଦେଖାଦେଇଥିଲା । ବିକ୍ଷୋଭକାରୀମାନେ ବସ୍ ପୋଡିବା ସହ ପୋଲିସକୁ ଆକ୍ରମଣ କରିଥିଲେ । ପୋଲିସ ଲାଠଚାର୍ଜ ସହ ଲୁହବୁହା ଗ୍ୟାସର ପ୍ରୟୋଗ କରିଥିବା ଛାତ୍ରମାନେ ଅଭିଯୋଗ କରିଛନ୍ତି।
{"id":198127,"width":582,"height":394,"sizeSlug":"large"}ସୂଚନାଯୋଗ୍ୟ ଯେ, ସଂଶୋଧିତ ନାଗରିକତା ଆଇନ ବିରୋଧରେ ଦିଲ୍ଲୀର ଜାମିଆ ମିଲିଆ ଇସ୍ଲାମିଆ ବିଶ୍ବବିଦ୍ୟାଳୟରେ ଆରମ୍ଭ ହୋଇଥିବା ହିଂସାକାଣ୍ଡ ଏବେ ଉଗ୍ରରୂପ ଧାରଣ କରିଛି। ଉତ୍ୟକ୍ତ ଛାତ୍ର ମାନେ ବସ୍ ଓ ଅନ୍ୟ ଗାଡ଼ି ପୋଡ଼ାଜଳା କରିବା ସହିତ ଟାୟାର ଜାଳି ରାସ୍ତା ଅବରୋଧ କରୁଥିଲେ। ଆନ୍ଦୋଳନକାରୀ ଛାତ୍ର ମାନେ ଦିଲ୍ଲୀ ପୋଲିସ ମୁଖ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଥିଲେ ।
wp:core-embed/twitter {"url":"https://twitter.com/ANI/status/1206392161022836741","type":"rich","providerNameSlug":"twitter","className":""} /wp:core-embed/twitterପୋଲିସ ସେମାନଙ୍କ ଉପରେ ଲାଠି ଚାର୍ଜ କରିବା ସହିତ ବର୍ବରତା ଦେଖାଇଥିବା ଛାତ୍ରମାନେ ଅଭିଯୋଗ କରିଛନ୍ତି। ପୋଲିସର ଲାଠି ମାଡ଼ରେ ୧୧ ଜଣ ଛାତ୍ର ଆହତ ହୋଇଛନ୍ତି। ସେପଟେ ୬ ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ସ୍ଥାନୀୟ କାଲାକାଜି ପୋଲିସ ଷ୍ଟେସନରେ ୫୦ରୁ ଅଧିକ ଅଟକ ଥିବା ଛାତ୍ରଙ୍କୁ ବିଳମ୍ବିତ ରାତିରେ ପୋଲିସ ଛାଡି ଦେଇଛି । ପରିସ୍ଥିତିକୁ ଦେଖି ବିଶ୍ବବିଦ୍ୟାଳୟ ଅଞ୍ଚଳରେ ପୋଲିସ ଛାଉଣୀ କରାଯାଇଛି। ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ବନ୍ଦ ଥିବା ମେଟ୍ରୋ ଷ୍ଟେସନକୁ ସୋମବାର ସକାଳରେ ଖୋଲାଯାଇଛି । ସେପଟେ ପରିସ୍ଥିତି ନଜର ରଖି ଜାମିଆ ଅଞ୍ଚଳରେ ଥିବା ସମସ୍ତ ସ୍କୁଲକୁ ଛଟି ଘୋଷଣା କରିଛନ୍ତି ଦିଲ୍ଲୀ ସରକାର ।