ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭୂମିହୀନଙ୍କୁ ପଟ୍ଟା ପ୍ରଦାନ କଲେ ଗଞ୍ଜାମ ଜିଲ୍ଲାପାଳ

4/06/2022 at 11:44 AM

ସାନଖେମୁଣ୍ଡି ୪।୬: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ପରିସରରେ ଗ୍ରାମ କଣ୍ଟ ପଟ୍ଟା ଓ ଭୂମିହୀନଙ୍କୁ ପଟ୍ଟା ଏବଂ ବିଦ୍ୟାଳୟର ନିଜସ୍ବ ଜମି ପଟ୍ଟା ପ୍ରଦାନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଲୋକଙ୍କୁ ଜମି ପଟ୍ଟା ପ୍ରଦାନକୁ ରାଜ୍ୟ ସରକାର ୫-ଟିରେ ସାମିଲ କରିବା ପରେ ଲୋକଙ୍କ ନିକଟରେ ପହଞ୍ଚୁଛି ତହସିଲ ସେବା ।

ରାଜସ୍ବ ରଥ ଜରିଆରେ ଗାଁକୁ ଯାଇ ବହୁ ବର୍ଷରୁ ଲାଗି ରହିଥିବା ପଟ୍ଟା ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ତହସିଲରେ ୫୧୮ଜଣଙ୍କୁ ଘରବାରି ଗ୍ରାମ କଣ୍ଟ ପଟ୍ଟା ଏବଂ ତେର ଗୋଟି ବିଦ୍ୟାଳୟକୁ ନିଜସ୍ବ ପଟ୍ଟା ପ୍ରଦାନ କରାଯାଇଥିଲା । ପଟ୍ଟା ପାଇଁ ଖୁସି ବ୍ୟକ୍ତ କରିଛନ୍ତି ହିତାଧିକାରୀ ଏବଂ ପ୍ରଧାନ ଶିକ୍ଷକ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଉପ ଜିଲ୍ଲାପାଳ, ତହସିଲଦାର, ବିଡ଼ିଓ ଏବଂ ଏନଏସି ନିର୍ବାହୀ ଅଧିକାରୀ ସମେତ ସମସ୍ତ ରାଜସ୍ବ କର୍ମଚାରୀ ଉପସ୍ଥିତ ଥିଲେ।

   Related Posts