ନୂଆଦିଲ୍ଲୀ : ମଇଦାନକୁ ପୁଣି ଓହ୍ଲାଇବେ ସ୍ୱିଙ୍ଗ କିଙ୍ଗ । ରିଟାୟର୍ଡର ମାତ୍ର ୩୨ ଦିନ ପରେ ପୁଣି ଥରେ ପଡିଆକୁ ଓହ୍ଲାଇବେ ଜେମ୍ସ୍ ଆଣ୍ଡରସନ । ୪୨ ବର୍ଷରେ ବ୍ୟାଟର ନିଜ ସ୍ୱିଙ୍ଗ ବଲ୍ରେ କରିବାକୁ ଯାଉଛନ୍ତି ଘାଇଲା । ଇଂଲଣ୍ଡର ଦିଗ୍ଗଜ କ୍ରିକେଟର । ରିଟାୟରକୁ ପୁରିଛି ମାତ୍ର ଗୋଟିଏ ମାସ । କିନ୍ତୁ ପୁଣି କ୍ରିକେଟ ଖେଳିବାକୁ ବଳାଇଲେଣି ମନ । ଇଂଲଣ୍ଡର ମହାନ୍ ପେସ୍ ବୋଲର ଜେମ୍ସ ଆଣ୍ଡରସ ।
ଜୁଲାଇରେ ସେ ଆନ୍ତର୍ଜାତୀୟ କ୍ରିକେଟରୁ ନେଇଥିଲେ ସନ୍ୟାସ । ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିଥିଲେ କ୍ୟାରିୟରର ଶେଷ ଟେଷ୍ଟ ମ୍ୟାଚ୍ । ଏହି ମ୍ୟାଚ୍ଟି ଲଡ୍ସ ମଇଦାନ୍ରେ ଖେଳାଯାଉଥିଲା । ଏବେ ତାଙ୍କୁ ୪୧ ପୁରି ୪୨ ବର୍ଷ ବୟସ ଚାଲିଛି । ତଥାପି ସେ ଥକି ନାହାନ୍ତି । ସେ ବର୍ତ୍ତମାନ ଇଂଲଣ୍ଡର ଡୋମେଷ୍ଟିକ୍ କ୍ରିକେଟ ଲିଗ୍ ଦ ହଣ୍ଡେଡ୍ ଖେଳିବେ ।
ଏକ ପୋଡକାଷ୍ଟରେ ବିଶ୍ୱରେ ବିଭିନ୍ନ ଟି-ଟ୍ୱେଣ୍ଟି ଫ୍ରାଞ୍ଚାଇଜ କ୍ରିକେଟ୍ ଏବଂ କାଉଣ୍ଟି ଖେଳିବା ପାଇଁ ଯୋଜନା ରଖିଥିବା ନିଜେ ଆଣ୍ଡରସନ୍ ସୂଚନା ଦେଇଛନ୍ତି । ଆଣ୍ଡରସନ୍ କହିଛନ୍ତି, ମୋ ନିକଟରେ ଏବେବି କ୍ରିକେଟ୍ ବାକି ଥିବା ଅନୁଭବ କରୁଛି । ଆଉ କିଛି ଦିନ ଖେଳିବା ପାଇଁ ଚାହୁଁଛି । ଯଦି ଟି-ଟ୍ୱେଣ୍ଟି ଫ୍ରାଞ୍ଚାଇଜ କ୍ରିକେଟ୍ ଖେଳିବା ପାଇଁ ପ୍ରସ୍ତାବ ମିଳେ ନିଶ୍ଚିତ ଭାବେ ଖେଳିବାକୁ ଚାହିଁବି ।
ଦ ହଣ୍ଡ୍ରେଡ୍ ଟୁର୍ଣ୍ଣାମେଣ୍ଟର କିଛି ମ୍ୟାଚ୍ ଦେଖିଥିଲି । ପ୍ରାରମ୍ଭିକ ୨୦ଟି ବଲ୍ ସୁଇଂ ହେଉଥିବା ଦେଖିଥିଲି । ମୁଁ ଏବେବି ବଲ୍ ସୁଇଂ କରାଇପାରିବି । କେବେ ଫ୍ରାଞ୍ଚାଇଜ କ୍ରିକେଟ୍ ଖେଳିନାହିଁ । ୪୨ବର୍ଷ ବୟସରେ ମୋତେ କୌଣସି ଦଳ ସୁଯୋଗ ଦେବ କି ନାହିଁ ଜାଣିନି । ସେହିପରି ଲଙ୍କାସାୟର ପକ୍ଷରୁ କାଉଣ୍ଟି ଖେଳିବା ନେଇ ଚିନ୍ତା କରୁଛି ।’
ଆଣ୍ଡରସନ୍ ୨୦୧୯ରେ ଶେଷ ଥର ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ଖେଳିଥିଲେ । ଏହାପରଠୁ ସେ ସୀମିତ ଓଭର ଫର୍ମାଟ କ୍ରିକେଟ୍ ଖେଳିନାହାନ୍ତି । ସେ ୧୮୮ଟି ଟେଷ୍ଟ ଖେଳି ମୋଟ ୭୦୪ଟି ୱିକେଟ୍ ଅକ୍ତିଆର କରିଥିଲେ । କିନ୍ତୁ ଦ ହଣ୍ଡ୍ରେଡ୍ ଲିଗରେ ଗୋଟିଏ ପାରି କେବଳ ୧୦୦ ବଲ୍ର ହୋଇଥାଏ । ଏହି ମ୍ୟାଚଗୁଡିକରେ ଟି-୨୦ କ୍ରିକେଟ୍ ଅପେକ୍ଷା ଅଧିକ ଆକ୍ରମଣାତ୍ମକ ବ୍ୟାଟିଂ ଦେଖିବାକୁ ମିଳିଥାଏ ।