୧୧୦ ବର୍ଷ ପୁରୁଣା ବିଶ୍ଵ ରେକର୍ଡ ଭାଙ୍ଗିଲେ ଜେମ୍ସ ଆଣ୍ଡରସନ, ଦୁନିଆର ହେଲେ ପ୍ରଥମ ଖେଳାଳି

Published By : Prameya-News7 Bureau | August 18, 2022 IST

ନୂଆଦିଲ୍ଲୀ: ଇଂଲଣ୍ଡ କ୍ରିକେଟ୍ ଦଳର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନଙ୍କ ମହାନତା ଏଥିରୁ ଜଣା ପଡିଥାଏ ଯେ, ୪୦ ବର୍ଷରୁ ଅଧିକ ବୟସ ହୋଇଥିଲେ ମଧ୍ୟ ସେ ଟେଷ୍ଟ କ୍ରିକେଟ୍ ଖେଳୁଛନ୍ତି। ଯେଉଁଠି ଆପଣଙ୍କୁ ଗୋଟିଏ ଦିନରେ ୨୦ରୁ ୨୫ ଓଭର ବୋଲିଂ କରିବାକୁ ପଡିଥାଏ। ୪୦ରୁ ଅଧିକ ବୟସରେ କ୍ରିକେଟ୍ ଖେଳିବା ବଡ କଥା ନୁହେଁ, ମାତ୍ର ଜଣେ ଦ୍ରୁତ ବୋଲର ପାଇଁ ଏହି କାମ ସହଜ ନୁହେଁ। ଏହାକୁ ନେଇ ଜେମ୍ସ ଆଣ୍ଡରସନ ବହୁତ ବଡ ବିଶ୍ଵ ରେକର୍ଡ ସ୍ଥାପନ କରିଛନ୍ତି।

ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ୧୧୦ ବର୍ଷ ପୁରୁଣା ବିଶ୍ଵ ରେକର୍ଡ ଭାଙ୍ଗିଛନ୍ତି।  ସେ ସବୁଠୁ ଅଧିକ ବୟସରେ ଟେଷ୍ଟ କ୍ରିକେଟ୍ ଖେଳିବାରେ ଦୁନିଆର ପ୍ରଥମ ବୋଲର  ହୋଇଛନ୍ତି। ଏହି ମାମଲାରେ ସେ ଅଷ୍ଟ୍ରେଲିଆର ସିଡନୀ ବାର୍ଣ୍ଣେସଙ୍କୁ ପଛରେ ପକାଇଛନ୍ତି। ସିଡନୀ ବାର୍ଣ୍ଣେସ ୧୯୧୨ରେ ୩୯ ବର୍ଷ ୭୨ ଦିନ ବୟସରେ ଦ୍ରୁତ ବୋଲର ହିସାବରେ ଟେଷ୍ଟ ଓ୍ଵିକେଟ୍ ନେଇଥିଲେ। ମାତ୍ର ଏବେ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ୪୦ ବର୍ଷ ୧୯ ଦିନରେ ଟେଷ୍ଟରେ ଓ୍ଵିକେଟ୍ ନେଇ ତାଙ୍କୁ ପଛରେ ପକାଇଛନ୍ତି।

ତେବେ ୪୦ ବର୍ଷରୁ ଅଧିକ ବୟସରେ ଟେଷ୍ଟ ଓ୍ଵିକେଟ୍ ନେବାର କାରନାମା ପୂର୍ବରୁ ସଚିନ ତେନ୍ଦୁଲକର ଏବଂ ଶ୍ରୀଲଙ୍କାର ରଙ୍ଗନା ହେରାଥ କରି ସାରିଛନ୍ତି। ମାତ୍ର ଉଭୟ ସ୍ପିନର ଥିଲେ। ଜେମ୍ସ ଆଣ୍ଡରସନ ଦୁନିଆର ସର୍ବାଧିକ ଟେଷ୍ଟ ଓ୍ଵିକେଟ୍ ନେବାର ଦ୍ରୁତ ବୋଲର। ସେ ଏ ପର୍ଯ୍ୟନ୍ତ କ୍ରିକେଟର ସବୁଠୁ ବଡ ଫର୍ମାଟରେ ୬୫୮ ଓ୍ଵିକେଟ୍ ନେଇ ସାରିଛନ୍ତି ଏବଂ ଏହି ସଂଖ୍ୟା ଆଗକୁ ଆହୁରି ବଢିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.