ବ୍ରିଜ୍ ଉପରେ ଜଳିଗଲା ଟ୍ରକ୍, ଡ୍ରାଇଭରର ମିଳୁନି ପତ୍ତା

Published By : Prameya-News7 Bureau | July 08, 2021 IST

ସମ୍ବଲପୁର, ୦୮/୦୭:  ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ । ଗୁରୁବାର ସକାଳେ ବୁର୍ଲା ଥାନା ଗୋଶାଳା ବ୍ରିଜ୍ ଉପରେ  ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ଖବର ପାଇ ଅଗ୍ନିଶମ ବାହିନୀ ପହଁଚି ନିୟାକୁ ଆୟତ୍ତ କରିଛନ୍ତି । ତେବେ ଗାଡିଟିରେ କିଛି କଞ୍ଚାମାଲ ଥିବା ସନ୍ଦେହ କରାଯାଉଛି । ଘଟଣା ଘଟିବା ପରେ ଡ୍ରାଇଭର ଗାଡି ଛାଡି ଫେରାର ହୋଇଯାଇଥିବା ଅଗ୍ନିଶମ ଅଧିକାରୀ କହିଛନ୍ତି ।

ତେବେ ନିଆଁ ଲାଗିକାର ପ୍ରକୃତ କାରଣ ଜଣାପଡି ନାହିଁ । ସଟସର୍କିଟ ଯୋଗୁଁ ଏହା ଘଟିଥିବା କୁହାଯାଉଛି |ସେହିପରି ଟ୍ରକଟି ମହାରାଷ୍ଟ୍ରର ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.