ଘର ସମ୍ମୁଖରେ ଛିଡା ହୋଇଥିଲା, ହୁତୁହୁତୁ ହେଇ ଜଳିଗଲା ବୋଲେରୋ
21/12/2022 at 10:15 AM

ପାଟଣା ୨୧/୧୨: ହୁତୁହୁତୁ ହୋଇ ଜଳିଗଲା ଘର ସମ୍ମୁଖରେ ଛିଡା ହୋଇଥିବା ବୋଲେରୋ । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା ପୁଟୁଳିଆ ଗ୍ରାମରେ ।
ସବୁଦିନ ଭଳି ଗତକାଲି ଗ୍ରାମର ବୀର ମହାନ୍ତଙ୍କ ବୋଲେରୋ ଗାଡିଟି ଘର ସମୂଖରେ ଛିଡା ହୋଇଥିଲା । ବିଳମ୍ବିତ ରାତିରେ କୌଣସି କାରଣରୁ ଗାଡ଼ିରେ ଅଗ୍ନିକାଣ୍ଡ ଘଟି ଗାଡିଟି ସମ୍ପୂର୍ଣ୍ଣ ଭାବରେ ଜଳି ପୋଡି ନଷ୍ଟ ହୋଇଯାଇଛି ।
ଖବର ପାଇ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଗାଡିଟି ସମ୍ପୂର୍ଣ୍ଣ ଜଳି ଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ କେହି ଦୁର୍ବୃତ୍ତ ନିଆଁ ଲଗାଈ ଦେଇଥିବା କିମ୍ବା ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।
Related Posts
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023