ଅଧା ବଗି ଛାଡି ଚାଲିଗଲା ମାଲବାହୀ ଟ୍ରେନ୍‌ , ୨ କିମି ପରେ ଅଟକିଲା ଗାଡି

Published By : Prameya-News7 Bureau | June 11, 2024 IST

ଜଳେଶ୍ୱର ୧୧।୦୬ : ଅଧା ବଗି ଛାଡି ଚାଲିଗଲା ମାଲବାହୀ ଟ୍ରେନ୍‌ । ପ୍ରାୟ ଦୁଇ କିଲୋମିଟର ପର୍ଯ୍ୟନ୍ତ ଚାଲିଗଲା ଟ୍ରେନ୍‌ । ଦକ୍ଷିଣ-ପୂର୍ବ ରେଳପଥର ଅମର୍ଦ୍ଦା ରୋଡ ଷ୍ଟେସନ ଠାରୁ କିଛି ଦୂରରେ ଘଟିଛି ଏହି ଅଘଟଣ । ଘଟଣାସ୍ଥଳରେ ରେଳ ବିଭାଗର ବରିଷ୍ଠ ଅଧିକାରୀ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛନ୍ତି । 

ଖବର ଅନୁଯାୟୀ, ସୋମବାର ଅପରାହ୍ନରେ ମାଲବାହୀ ଟ୍ରେନ୍‌ଟି ଖଡ଼ଗପୁରରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା । ହେଲେ ଅମର୍ଦ୍ଦା ଷ୍ଟେସନରୁ କିଛି ଦୂରରେ ଦକ୍ଷିଣ କ୍ୟାବିନ ନିକଟରେ କୌଣସି କାରଣ ବଶତଃ ଟ୍ରେନ୍‌ରୁ ୧୪ଟି ବଗି ଅଲଗା ହୋଇଯାଇଥିଲା । ବାକି ଅନ୍ୟ ୧୬ଟି ବଗି ଇଞ୍ଜିନ୍‌ ସହ ଚାଲିଯାଇଥିଲା । ତେବେ ଦୁଇ କିଲୋମିଟର ଯିବା ପରେ ଲୋକ ପାଇଲଟ ଜାଣିପାରି ଟ୍ରେନ୍‌କୁ ଅଟକାଇଥିଲେ । ଏହାସହ ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଜଣାଇଥିଲେ । ଏହାପରେ ତୁରନ୍ତ ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ମରମତି କରି ବଗି ଗୁଡିକୁ ସଂଯୋଗ କରିଥିଲେ । ପ୍ରାୟ ୧ ଘଣ୍ଟା ଧରି ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ମରାମତି ପରେ ଏବେ ରେଳ ଚଳାଚଳ ସ୍ୱାଭାବିକ ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.