ରାସ୍ତା ନଥିବାରୁ ଆସିପାରିଲାନି ଗାଡି, ଟ୍ରାକ୍ଟରରେ ଆସିଲେ ନବ ଦମ୍ପତ୍ତି

Published By : Prameya-News7 Bureau | July 09, 2022 IST

ଜଳେଶ୍ୱର ୦୯/୦୭: ଟ୍ରାକ୍ଟରରେ ଗଲେ ବର-କନିଆ । ରାସ୍ତା ନଥିବାରୁ ଆସିପାରିଲାନି ବର ଗାଡି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ନେତୁଆ ପଂଚାୟତରୁ ନଜର ଆସିଛି ଏପରି ଚିତ୍ର । ଯେଉଁଠି ବିବାହ ପରେ ଏମିତି ଘରକୁ ବାହୁଡିଛନ୍ତି ନବ ଦମ୍ପତ୍ତି । ଜଳେଶ୍ୱର ବ୍ଲକ ନେତୁଆ ପଂଚାୟତର କମାର ଶାଳିଆରୁ ଆଡିନଗା ରାସ୍ତା ଅବସ୍ଥା ଅତି ଶୋଚନୀୟ । ରାସ୍ତାରେ ଖାଲି ପାଣି କାଦୁଅ ପଚପଚ ।

ବର୍ଷା ପରେ ସ୍ଥିତି ଏମିତି ହୋଇଛି ଯିବା କଷ୍ଟକର ହୋଇପଡିଛି । ଗାଡି ଆସିବା ତ ଦୂରର କଥା ଚାଲି ଆସିବା କଷ୍ଟକର । ଶୁକ୍ରବାର ସାହପୁର ଗ୍ରାମର ଗୁଣାକାର ଶତପଥୀଙ୍କ ପୁଅ ସଞ୍ଜୟ ଶତପଥୀଙ୍କର ବିବାହ ହୋଇଥିଲା । ହେଲେ ବର ପାଇଁ ଉଦ୍ଦିଷ୍ଟ ଗାଡିଟି ରାସ୍ତାରେ ଘରକୁ ଆସିପାରି ନଥିଲା । ଶେଷରେ ଅନ୍ୟ ଉପାୟ ନପାଇ ଟ୍ରାକ୍ଟରରେ ଆସିଲେ ନବଦମ୍ପତ୍ତି ।

wp:html /wp:html

ବର କନିଆଁ ଟ୍ରାକ୍ଟରରେ ବୁହାହୋଇ ଯାଉଥିବାର ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ଯାହାକୁ ନେଇ ଜଳେଶ୍ୱର ଅଂଚଳରେ ଚର୍ଚାର ବିଷୟ ସାଜିଛି । ଉନ୍ନତି କରଣ ପାଇଁ ଗ୍ରାମ୍ୟ ରାସ୍ତା ଉନ୍ନତି କରଣ ବିଭାଗ ୬କୋଟି ୩୭ଲକ୍ଷ ଟଙ୍କା ବୟ ଅଟକଳରେ ରାସ୍ତା ନିର୍ମାଣ କାମ କରିଥିଲା । ଠିକାଦାର କାମ ଆରମ୍ଭ କରିଥିଲା ବେଳେ ବର୍ଷା ଯୋଗୁଁ ରାସ୍ତା ସାରା କାଦୁଅ ଜମାହୋଇଛି । ଫଳରେ ଲୋକେ ଯିବା ଆସିବାରେ ନାହିଁ ନଥିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.