ଜଲାପୁଟ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ
26/08/2018 at 5:46 AM

କୋରାପୁଟ ୨୬/୮ : ଜଲାପୁଟ ଜଳ ଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକରେ ଲଗାଣ ବର୍ଷା ହେବା ଫଳରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି । ଜଳଭଣ୍ଡାରର ଜଳଧାରଣ କ୍ଷମତା ୨୭୫୦ ଫୁଟ୍ ଥିବାବେଳେ ଜଳସ୍ତର ୨୭୪୯ ଫୁଟ୍ ରହିଛି । ତେଣୁ ଜଳଭଣ୍ଡାରର ୫ଟି ଗେଟ୍ ଖୋଲିଛନ୍ତି କର୍ତ୍ତୃପକ୍ଷ । ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୧୮ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୧୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଜଳଭଣ୍ଡାରର ଗେଟ୍ ଖୋଲିବା ଯୋଗୁଁ ତଳିଆ ଅଞ୍ଚଳ ତଥା ଆନ୍ଧ୍ରପ୍ରଦେଶର ମୁଚ୍ୟୁମପୁଟ ମଣ୍ଡଳର କିଛି ଅଞ୍ଚଳରେ ବନ୍ୟା ଆସିବାର ସମ୍ଭାବନା ରହିଛି । ତେଣୁ ସଂପୃକ୍ତ ଅଞ୍ଚଳର ଅଧିକାରୀଙ୍କୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଆଜି ମାଛକୁଣ୍ଡ ଜଳଭଣ୍ଡାରର ୪ଟି ଗେଟ୍ ମଧ୍ୟ ଖୋଲାଯାଇଛି ।