ନିରୀହ ଆଦିବାସୀଙ୍କୁ ଲୁଟ୍ - ଜଳ କର ନାଁରେ ଟଙ୍କା ଆଦାୟ କରୁଛି ତହସିଲ

Published By : Prameya-News7 Bureau | February 10, 2020 IST

ନବରଙ୍ଗପୁର ୧୦।୦୨ - ନିରୀହ ଆଦିବାସୀଙ୍କୁ ଲୁଟ୍ । ଜଳ କର ନାଁରେ ଟଙ୍କା ଆଦାୟ କରୁଛି ତହସିଲ । ବର୍ଷ ବର୍ଷ ଧରି ଚାଷୀ ଶେ।ଷଣର ଶୀକାର ହେଉଥିବା ବେଳେ ଶୁଣିବାକୁ କେହି ନାହିଁ । ଅଭିଯେ।ଗ ଆସିଛି ନବରଙ୍ଗପୁର ଜିଲ୍ଲାରୁ ।

{"id":222907,"sizeSlug":"large"}

ଜମି ଗଲା । ପାଣି ବି ମିଳିଲାନି । ମହରଗରୁ ଯାଇ କାନ୍ତାରରେ ପଡିବା ଭଳି ଅବସ୍ଥାରେ ନବରଙ୍ଗପୁର ଜିଲ୍ଲା ବଡ କୁସୁମୀ ଓ ସାନ କୁସୁମୀ ଗାଁ ଲେ।କ । ୧୫ବର୍ଷ ତଳେ ଜଳ ସମ୍ପଦ ବିଭାଗ ତରଫରୁ ଏହି ୨ ଗାଁର ଜମିକୁ କୁସୁମଝର ଡ୍ୟାମରୁ ଜଳସେଚନ ଉଦେଶ୍ୟରେ କେନାଲ ଖେ।ଳା ଯାଇଥିଲା । କେନାଲ ପାଇଁ ବ୍ୟକ୍ତିଗତ ଜମି ଦେଇଥିଲେ ଗାଁ ଲେ।କ । ସେବେଠୁ ଜଳ ସେଚନ ନାଁରେ ଗାଁ ଲେ।କଙ୍କଠୁ ଜଳ କର ଆଦାୟ କରୁଛି ତହସିଲ । କିନ୍ତୁ ଆଜି ଯାଏ ନାଁ ଜମିରେ ପାଣି ମଡା ହେଲା ନାଁ ଜମି ନିଜର ହେ।ଇ ରହିଲା । ପ୍ରତି ବର୍ଷ ଠିକ୍ ସମୟରେ ଚାଷୀ ଜଳକର େପୖଠ କରୁଥିବା ବେଳେ ଜମିକୁ ବୁନ୍ଦାଏ ବି ପାଣି ମିଳିଲାନି । ଏ ନେଇ ଅଭିଯେ।ଗ କଲେ ଆଜି କାଲି କହି ସମୟ ଗଡାଉଛନ୍ତି ବିଭାଗୀୟ ଅଧିକାରୀ ।

{"id":222906,"sizeSlug":"large"}

ଅଭିଯୋଗ ନବରଙ୍ଗପୁର ଜଳସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ନିକଟରେ । ସେ ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ  ନିଜେ କେନାଲ ଅଞ୍ଚଳ ପରିଦର୍ଶନ କରି ଚଳିତ ବର୍ଷ ଠାରୁ କିଭଳି ଚାଷୀଙ୍କ ଜମି କୁ ଜଳ ଯୋଗାଣ ହୋଇପାରିବ ସେ ଦିଗରେ ପଦକ୍ଷେପ ନେବେ ବୋଲି କହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.