ଜଳକା ନଦୀରେ ପୁଣି ବନ୍ୟା ! ମଥାନୀଠାରେ ବିପଦ ସଙ୍କେତ ଉପରେ ବନ୍ୟାଜଳ
11/09/2022 at 2:48 PM

ଜଳେଶ୍ୱର ୧୧।୦୯: ପୁଣି ଜଳକା ନଦୀରେ ବନ୍ୟା । ଲଘୁଚାପ ବର୍ଷା ଯୋଗୁଁ ଉପର ମୁଣ୍ଡରେ ପ୍ରବଳ ବର୍ଷା ପାଇଁ ଜଳକା ନଦୀରେ ବନ୍ୟା ଦେଖାଦେଇଛି । ମଥାନୀ ଠାରେ ବିପଦ ସଂକେତ ୫.୫୦ ମିଟର ଥିଲା ବେଳେ ଦିନ ୧୨ଟା ସୁଦ୍ଧା ୫.୯୮ ମିଟରରେ ପ୍ରଭାବିତ ହେଉଛି ବନ୍ୟା ପାଣି ।
ଖବର ଅନୁଯାୟୀ, ୨ ଦିନ ଧରି ଲଘୁଚାପ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା, ମୁରୁଡା , ଚିତ୍ରଡା, ରାସଗୋବିନ୍ଦପୁର ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ଯୋଗୁଁ ଜଳକା ନଦୀରେ ବନ୍ୟା ପରିସ୍ଥିତି ଦେଖା ଦେଇଛି । ଜଳକା ନଦୀରେ ବନ୍ୟା ଆସିଥିବା ଯୋଗୁଁ ତଳିଆ ଅଞ୍ଚଳ ଲୋକମାନଙ୍କ ମଧ୍ୟରେ ଭୟ ଦେଖାଦେଇଛି। ବନ୍ୟା ହେଲେ ବସ୍ତା ବ୍ଲକର ୧୩ଟି ପଞ୍ଚାୟତର ୨୦ରୁ ଅଧିକ ଗାଁ ଓ ସଦର ବ୍ଲକରେ ଦୁଇଟି ପଞ୍ଚାୟତର ୧୦ରୁ ଅଧିକ ଗାଁ ବନ୍ୟାରେ ପ୍ରଭାବିତ ହେବାର ସମ୍ଭାବନା ରହିଛି ।