ବିପଦ ସଙ୍କେତ ଉପରେ ଜଳକା ନଦୀ, ଭୟଭୀତ ଅବସ୍ଥାରେ ୭ ପଞ୍ଚାୟତବାସୀ

Published By : Prameya-News7 Bureau | August 12, 2022 IST

ଜଳେଶ୍ୱର,୧୨/୦୮:  ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳେଶ୍ୱର ଦେଇ ପ୍ରବାହିତ ଜଳକା ନଦୀ। ବନ୍ୟା ପାଣି ପ୍ରବେଶକୁ  ନେଇ ଭୟଭୀତ ଅବସ୍ଥାରେ ତଳିଆ ଅଞ୍ଚଳର ୭ରୁ ଅଧିକ ପଞ୍ଚାୟତର ଲୋକ  । ନଦୀର ମଥାନୀ ଠାରେ ବିପଦ ସଂକେତ ୫.୫୦ ମିଟର ଥିବା ବେଳେ ସକାଳ ୮ଟା  ସୁଧା ୬.୨୮ ମିଟର ଉପରେ ପ୍ରବାହିତ ହେଉଛି ବନ୍ୟା ଜଳ ।  

ଲଘୁଚାପ ଯୋଗୁଁ ନଦୀର ଉପର ମୁଣ୍ଡ ତଥା ମୟୁରଭଞ୍ଜ ଜିଲ୍ଲାର ସୁଳିଆପଦା, ମୋରଡା, ତିତ୍ରଡା,  ରାସଗୋବିନ୍ଦପୁର ଅଞ୍ଚଳରେ ବର୍ଷା ହେଉଛି । ଏହା କାରଣରୁ ବଢୁଛି ନଦୀର ଜଳସ୍ତର । ଫଳରେ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହେବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।  

ବନ୍ୟା ଯୋଗୁଁ ବସ୍ତା ବ୍ଲକର ୭ରୁ ଅଧିକ  ପଞ୍ଚାୟତର ଚାଷ ଜମିରେ ପାଣି ପ୍ରବେଶ କରୁଥିଲା ବେଳେ  ପତ୍ରଝଡ଼ା, ସଦାନନ୍ଦପୁର, ବାହାର୍ଦା, ମଥାନୀ, ଦୁଧହଂସା, ରାଉତପଡା, ଗଡପଦା,କୁଡିଆ, ବାସିଚକୁରାଇ,ଦରଡା,ବ୍ରାହ୍ମଣଦା ପ୍ରଭାବିତ ହୋଇପାରେ । ସେହିପରି ବରୁଣଗଡିଆ ଏବଂ ସଦର ବ୍ଲକର ୨ଟି ପଞ୍ଚାୟତ ରସୁଲପୁର ଏବଂ ଶ୍ରୀରାମପୁର ପଞ୍ଚାୟତରେ ଥିବା ଗାଁ ମଧ୍ୟରେ ବନ୍ୟା ପାଣି ପ୍ରବେଶ କରିବାର ସମ୍ଭାବନା ରହିଛି ।  ରାତି ସମୟରେ ନଦୀରେ ଜଳସ୍ତର ଅଧିକ ବଢ଼ୁଥିବାରୁ ତଳିଆ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.