ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ବିପଦ ସଙ୍କେତ ଉପରେ ଜଳକା ନଦୀ, ଶହ ଶହ ଏକର ଚାଷଜମି ଜଳମଗ୍ନ

30/09/2021 at 12:41 PM

ଜଳେଶ୍ୱର, ୩୦।୦୯ : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା  ନଦୀ । ଭୟଭୀତ ଅବସ୍ଥାରେ ଚାଷୀ କୁଳ । କିଛି ଦିନ ତଳେ ଭୟଙ୍କର ବନ୍ୟା ଯାଇଥିଲା ବେଳେ ପୁଣି ଜଳକାନଦୀ ଫୁଲିବା ପରେ ବନ୍ୟା ସ୍ଥିତି ଉପୁଜିଛି ।

ଜଳକା ନଦୀ ଫୁଲିବା ପରେ  ଶହ ଶହ ହେକ୍ଟର ଚାଷଜମି ଏବେ ଜଳମଗ୍ନ ହୋଇ ରହିଛି ।  ମଥାନୀଠାରେ ବିପଦ ସଂକେତ ୫.୫୦ ମିଟର ଥିବା ବେଳେ ସକାଳ ୧୧ଟା ସୁଧା ୫.୮୬ମିଟର ଉପରେ ପ୍ରବାହିତ ହେଉଛି ନଦୀ । ଏପରିକି ବସ୍ତା ଅଞ୍ଚଳରେ ଲଘୁଚାପ ବର୍ଷା ଲାଗି ରହିଥିବା ସହ ମୟୁରଭଞ୍ଜ ଜିଲ୍ଲାରେ ବର୍ଷା ଯୋଗୁଁ ବନ୍ୟା ଆଶଙ୍କା ଦେଖାଦେଇଛି । ତଳତାପଣ୍ଡା ନଦୀବନ୍ଧ ସମ୍ପୂର୍ଣ୍ଣ ଦୁର୍ବଳ ଥିବାର ନଦୀକୁଳିଆ ବାସୀଙ୍କ ମନରେ ଛନକା ପଶିଛି ।  ଉପର ମୁଣ୍ଡ ମୟୁରଭଞ୍ଜ ଜିଲ୍ଲାର ସୁଳିଆପଦା, ମୋରଡା, ତିତ୍ରଡା, ରାସଗୋବିନ୍ଦପୁର ଅଞ୍ଚଳରେ ବର୍ଷା ହେବା କାରଣରୁ ଅଧିକରୁ ଅଧିକ ପାଣି ପ୍ରବାହିତ ହେଉଛି ।

ତେବେ ବନ୍ୟା ଯୋଗୁଁ ବସ୍ତା ବ୍ଲକର ୧୨ଟି ପଞ୍ଚାୟତ ପତ୍ରଝଡ଼ା, ସଦାନନ୍ଦ ପୁର,ବାହାର୍ଦା,ମଥାନୀ,ଦୁଧହଂସା, ରାଉତପଡା, ଗଡପଦା, କୁଡିଆ, ବାସିଚକୁରାଇ, ଦରଡା, ବ୍ରାହ୍ମଣଦା ପ୍ରଭାବିତ ହୋଇଛି । ସେହିପରି ବରୁଣଗଡିଆ ଏବଂ ସଦର ବ୍ଲକର ୨ଟି ପଞ୍ଚାୟତ ରସୁଲପୁର ଏବଂ ଶ୍ରୀରାମପୁର ପଞ୍ଚାୟତ ପ୍ରଭାବିତ ହେବାର ସମ୍ଭାବନା ରହିଛି । ପ୍ରାୟ ୨୦୦ ଏକର ଜମିରେ ପାଣି ମାଡିଯାଇଥିବା ଦେଖିବାକୁ ମିଳିଛି ।  

   Related Posts