ବିପଦ ସଂକେତ ଟପିଲା ଜଳକା, ବସ୍ତା ବ୍ଲକର ୧୦ଟି ପଞ୍ଚାୟତରେ ବନ୍ୟା ଆଶଙ୍କା

Published By : Prameya-News7 Bureau | August 26, 2020 IST

ଜଳେଶ୍ବର ୨୬।୮: ଲଘୁଚାପଜନିତ ବର୍ଷା ଯୋଗୁଁ ପ୍ରମୁଖ ନଦୀମାନଙ୍କରେ ଜଳସ୍ତର ବଢୁଛି । ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ୍ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବଢିବାରେ ଲାଗିଛି ।

{"id":320229,"sizeSlug":"large"}

ନଦୀର ଉପର ମୁଣ୍ଡରେ ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ମଙ୍ଗଳବାରଠାରୁ ଲଘୁଚାପଜନିତ ବର୍ଷା ହେବା ଫଳରେ ନଦୀର ଜଳସ୍ତର ବଢିବାରେ ଲାଗିଛି । ନଦୀର ମଥାନୀଠାରେ ବିପଦ ସଙ୍କେତ ୫.୫୦ ଥିବାବେଳେ ସକାଳ ୬ ସୁଦ୍ଧା ୬.୪୯ ମିଟରରେ ଜଳ ପ୍ରବାହିତ ହେଉଛି ।

{"id":320230,"sizeSlug":"large"}

ଯଦି ଏଭଳି ବର୍ଷା ଲାଗିରହେ ତେବେ ବସ୍ତା ବ୍ଲକର ୧୦ଟି ପଞ୍ଚାୟତର ମଠାନୀ, ସାନଖୁଡି, ବାହାର୍ଦ୍ଦା, ପତ୍ରଝଡା, ରାଉତପଡା, ସୁନ୍ଦେରହତା, ଦୁଧ ହଂସା, ସଦାନନ୍ଦପୁର ଓ ପାଇକପଡା ବ୍ଲକ୍ ର ୨ଟି ପଞ୍ଚାୟତରେ ବନ୍ୟା ହେବାର ଆଶଙ୍କା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.