ବଢୁଛି ଜଳକା, ଦେବୀ, ମହାନଦୀ ଓ ସୁବର୍ଣ୍ଣରେଖା ନଦୀର ଜଳସ୍ଥର; ଋଷିକୂଲ୍ୟା, ବଂଶଧାରା, କୁଶଭଦ୍ରାରେ କମୁଛି ପାଣି, ବୁଢ଼ାବଳଙ୍ଗ ସ୍ଥିର

Published By : Prameya-News7 Bureau | October 13, 2018 IST

ଭୁବନେଶ୍ୱର ୧୩/୧୦ : ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ଥର ବୃଦ୍ଧି ଏବେ ଚିନ୍ତାର କାରଣ ହୋଇଛି | ମୁଖ୍ୟତଃ ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଓ ଋଷିକୂଲ୍ୟା ଓ ଜଳକା ନଦୀର ଜଳସ୍ଥର ବୃଦ୍ଧି ପାଉଥିବାରୁ ବନ୍ୟା ଆଶଙ୍କା ଗମ୍ଭୀର ହେବାରେ ଲାଗିଛି | ସୂଚନାଯୋଗ୍ୟ ଯେ, ଦିନ ୧୨ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ମହାନଦୀର ଜଳସ୍ଥର ବୃଦ୍ଧି ପାଇବାରେ ଲାଗିଛି | ନରାଜ ଠାରେ ନଦୀର ବିପଦ ସଂକେତ ୨୬.୪୧ ମିଟର ଥିବା ବେଳେ ଏଠାରେ ଜଳସ୍ଥର ୨୪.୧୮ ରହିଛି | ସକାଳ ୬ଟା ବେଳେ ଏଠାରେ ଜଳସ୍ଥର ୨୩.୩୧ ରହିଥିଲା | ସେହିଭଳି ଆଳିପିଙ୍ଗଳ ଠାରେ ଦେବୀ ନଦୀର ଜଳସ୍ଥର ମଧ୍ୟ ବୃଦ୍ଧି ପାଉଛି | ଏଠାରେ ନଦୀର ବିପଦ ସଂକେତ ୦୩ .୭୬ ଥିବାବେଳେ ବର୍ତ୍ତମାନ ୦୩.୧୪ ମିଟରରେ ଜଳ ପ୍ରବାହ ହେଉଛି | ସକାଳ ୬ଟା ବେଳେ ଏଠାରେ ଜଳସ୍ଥର ୨.୯୬ ଥିଲା | ସେହିଭଳି ସୁବର୍ଣ୍ଣରେଖାର ରାଜଘାଟ ଠାରେ ଜଳସ୍ଥର ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି | ଏଠାରେ ବିପଦ ସଂକେତ ୧୦.୩୬ ମିଟର ଥିବାବେଳେ ଜଳ ପ୍ରବାହ ହେଉଛି ୫.୩୨ ମିଟରରେ | ତେବେ ସକାଳ ୬ଟା ବେଳେ ଏଠାରେ ଜଳସ୍ଥର ୪.୯୬ ଥିଲା | ଋଷିକୂଲ୍ୟା ନଦୀ ପୁରୁଷୋତ୍ତମପୁର ଠାରେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି | ଏଠାରେ ନଦୀର ବିପଦ ସଂକେତ ୧୬.୮୩ ଥିବାବେଳେ ବର୍ତ୍ତମାନ ଜଳସ୍ଥର ୧୬.୯୫ର ରହିଛି | ସକାଳ ୬ଟା ବେଳେ ଏଠାରେ ଜଳସ୍ଥର ୧୭.୪୮ଥିଲା | ଏବେ ଜଳକା ନଦୀର ଜଳସ୍ଥର ବୃଦ୍ଧି ପାଇବାରେ ଲାଗିଛି |ଏହା ବିପଦ ସଂକେତ ଉପରେ ପ୍ରବାହିତ ହେଉଛି | ବୁଢ଼ାବଳଙ୍ଗ ନଦୀର ଜଳସ୍ଥର ସ୍ଥିର ରହିଛି |ଏହା ବିପଦ ସଂକେତ ଉପରେ ପ୍ରବାହିତ ହେଉଛି | ନଦୀର ବିପଦ ସଂକେତ ୮.୧୩ ରହିଛି | ତେବେ ଏଠାରେ ଜଳ ପ୍ରବାହଁ ୮.୨୨ରେ ହେଉଛି | ଜଳକା ନଦୀର ବିପଦ ସଂକେତ ୫.୫୦ ଥିବା ବେଳେ ଏହା ବର୍ତ୍ତମାନ ୬.୬୧ ମିଟର ରହିଛି | ଅପରପକ୍ଷରେ କାଶୀନଗର ଠାରେ ବଂଶଧର ନଦୀର ଜଳସ୍ଥର ସାମାନ୍ୟ ହ୍ରାସ ପାଇଛି | ଏଠାରେ ନଦୀର ବିପଦ ସଂକେତ ୫୪.୬୦ ଥିବାବେଳେ ଏବେ ଜଳସ୍ଥର ୫୪.୩୪ ରହିଛି | ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡିଶା ଏବଂ ଅଭନ୍ତରୀଣ ଓଡିଶାରେ ବର୍ଷା ସମ୍ଭାବନା ଥିବାରୁ ନଦୀର ଜଳସ୍ଥର ବୃଦ୍ଧି ପାଇବା ଆଶଙ୍କା ରହିଛି | ବିଶେଷ କରି ମହାନଦୀର ଜଳସ୍ଥର ବୃଦ୍ଧି ଚିନ୍ତାର କାରଣ ହୋଇପାରେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.