ଶୂନ୍ୟକାଳରେ ଉଠିଲା ଜାଲ୍ ସାର୍ଟିଫିକେଟ ପ୍ରସଙ୍ଗ, କଂଗ୍ରେସ ବିଧାୟକ କହିଲେ ଅନ୍ଧାରରେ ମେଧାବୀଙ୍କ ଭବିଷ୍ୟତ

Published By : Prameya-News7 Bureau | March 28, 2023 IST

ଭୁବନେଶ୍ୱର ୨୮/୦୩ : ରାଜ୍ୟରେ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର । ବଲାଂଗୀରରେ ନକଲି ସର୍ଟିଫିକେଟ ରାକେଟ ଚାଲିଛି । ମନୋଜ ମିଶ୍ର ଏବଂ ଅଶୋକ ଉଦଗାତା ସମେତ ୧୯ ଜଣ ଗିରଫ ହେଲେଣି ।

ବର୍ଷ ବର୍ଷ ଧରି ନକଲି ସାର୍ଟିଫିକେଟର ରାକେଟ ଚଳାଇଥିଲେ । ହଜାର ହଜାର ଛାତ୍ରଛାତ୍ରୀ ମାନଙ୍କୁ ନକଲି ସାର୍ଟିଫିକେଟ ଏବଂ ମାର୍କସିଟ ଦେଇଛନ୍ତି । ସେହି ଛାତ୍ରଛାତ୍ରୀ ମାନେ ବିଭିନ୍ନ ବିଭାଗରେ ଚାକିରି କରିଛନ୍ତି । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଫେକ ସାର୍ଟିଫିକେଟର ରାକେଟ ଚାଲିଛି ।

ଏ ରାକେଟରେ ବିଜେଡ଼ି ନେତା ମାନେ ସମ୍ପୃକ୍ତ ଅଛନ୍ତି । ବିଜେଡ଼ିର ଆଇଟି ସେଲର ସଦସ୍ୟ ଗିରଫ ହୋଇଛନ୍ତି । ଫେକ୍ ସାର୍ଟିଫିକେଟ ଦେଇ ଅ, ଆ ଜାଣିନଥିବା ପିଲା ମାଟ୍ରିକ ଓ ଯୁକ୍ତ ଦୁଇରେ ପ୍ରଥମ ହୋଇଛନ୍ତି । ଏନଏସଏରେ ବୁକ୍ କରିବା ପାଇଁ ବାଚସ୍ପତିଙ୍କ ରୁଲିଂ ଦାବି କଲେ ସାଲୁଜା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.