କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ପୂରିଲା ୧୭ ବର୍ଷ, ସହିଦ ସ୍ମୃତି ଦିବସ ପାଳୁଛି ବିସ୍ଥାପନ ବିରୋଧୀ ଜନମଞ୍ଚ
2/01/2023 at 10:36 AM

ଯାଜପୁର ୦୨।୦୧ : ଯାଜପୁର କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ପୁରିଲା ୧୭ ବର୍ଷ। ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ଆଦିବାସୀଙ୍କ ସ୍ମୃତିରେ ବିସ୍ଥାପନ ବିରୋଧୀ ଜନମଞ ପକ୍ଷରୁ ଆଜି ପାଳନ କରାଯାଉଛି ସହୀଦ ସ୍ମୃତି ଦିବସ।
ଖବର ଅନୁଯାୟୀ, ଟାଟା କମ୍ପାନୀର ଜମି ଅଧିଗ୍ରହଣକୁ ନେଇ ଗତ ୨୦୦୬ ମସିହା ଜାନୁଆରୀ ୨ ତାରିଖରେ ମୁହାଁମୁହିଁ ହୋଇଥିଲେ ପୋଲିସ ଓ ସ୍ଥାନୀୟ ଆଦିବାସୀ। ଜମି ଅଧିଗ୍ରହଣକୁ ବିରୋଧ କରି ପୋଲିସ ଗୁଳିରେ ପ୍ରାଣ ହରାଇଥିଲେ ୧୪ ଜଣ ଆଦିବାସୀ ଏବଂ ଆଦିବାସୀଙ୍କ ତୀର ମାଡ଼ରେ ଜଣେ ପୋଲିସ ଅଧିକାରୀଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା।
ତେବେ ଏହି ମୃତ ଆଦିବାସୀଙ୍କ ସ୍ମୃତିରେ ସବୁବର୍ଷ ଜାନୁଆରୀ ୨ ତାରିଖକୁ ସହୀଦ ସ୍ମୃତି ଦିବସ ଭାବେ ପାଳନ କରୁଛି ବିସ୍ଥାପନ ବିରୋଧୀ ଜନମଞ। ଏନେଇ ଆଜି ବିସ୍ଥାପନ ବିରୋଧୀ ଜନମଞ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି।
Related Posts
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଦେଲେ ଅଦାଲତ
31 January 2023
ଟ୍ୟୁସନ୍ ଶିକ୍ଷକଙ୍କ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ଛାତ୍ରୀ
31 January 2023