ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣା : ଯାଜପୁର ପିଇଓ ଓ ଜିଆରଏସ୍ ସଂଘର ଶୋଭାଯାତ୍ରା ସହ ଦାବିପତ୍ର ପ୍ରଦାନ

Published By : Prameya-News7 Bureau | October 23, 2019 IST

ଯାଜପୁର ୨୩।୧୦:  ସ୍ମିତାରାଣୀଙ୍କ ମୃତ୍ୟୁକୁ ନେଇ ଯାଜପୁର ପଂଚାୟତ କାର୍ଯ୍ୟ ନିର୍ବାହୀ ସଂଘ ଓ ଗ୍ରାମ ରୋଜଗାର ସେବକ ସେବିକା ସଂଘ ପକ୍ଷରୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ଓ ମୃତକଙ୍କ ପରିବାରକୁ  ୫୦ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

{"id":173734}

ଯାଜପୁର ଗାନ୍ଧିଛକଠାରୁ ଶତାଧିକ ପିଇଓ ଓ ଜିଆରଏସ ଏକ ନୀରବ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲେ । ସେଠାରେ ଜିଲ୍ଲାପାଳଙ୍କ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳଙ୍କୁ ତିନି ଦଫା ଦାବିପତ୍ର ପ୍ରଦାନ କରିଥିଲେ । ଦାବି ପୂରଣ ନହେଲେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଜିଲ୍ଲାର ୧୦ଟି ବ୍ଲକରେ କାର୍ଯ୍ୟ କରୁଥିବା ୩୦୦ରୁ ଉର୍ଦ୍ଧ୍ବ ପିଇଓ ଓ ଗ୍ରାମ ସେବକ ସେବିକା ଏହିରେ ସାମିଲ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.