ହୋଟେଲ୍ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଅନେକ ସାମଗ୍ରୀ
7/12/2022 at 1:45 PM

ଯାଜପୁର ୦୭।୧୨ : ହୋଟେଲ୍ରେ ଅଗ୍ନିକାଣ୍ଡ । ଯାଜପୁର ଟାଉନ୍ ମେଡିକାଲରେ ଛକରେ ଥିବା ରୁଚିକା ହୋଟେଲ୍ରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ କରୁଛି ।

ଖବର ଅନୁଯାୟୀ, ବୁଧବାର ଦିନ ମେଡିକାଲ ଛକରେ ଥିବା ରୁଚିକା ହୋଟେଲରେ ହଠାତ୍ ନିଆଁ ଲାଗିଯାଇଥିଲା । ଯାହାଫଳରେ ଦୋକାନ ଜଳିପୋଡି ପାଉଁଶ ହୋଇଯାଇଛି । ଏପିରିକି ଅନେକ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ମଧ୍ୟ ନଷ୍ଟ ହୋଇଯାଇଛି ।

ସେପଟେ ନିଆଁ ଲାଗିଥିବା ନେଇ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଛି । ତେବେ ସର୍ଟସର୍କିଟ ଲାଗି ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି ।
Related Posts
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023