ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଝାରସୁଗୁଡା : ଝାରସୁଗୁଡାରେ ୬ଟିକିଆ ହାତୀ ପଲ, ଜଗିଛନ୍ତି ବନ ବିଭାଗର ସ୍ବତନ୍ତ୍ର ସ୍କ୍ବାଡ୍
  • ||
  • ପାଟଣା : ହଷ୍ଟେଲରେ ପଶି ୫ମ ଶ୍ରେଣୀ ଛାତ୍ରୀଙ୍କୁ ଟଣାଓଟରା କଲେ ଯୁବକ, ଫାଟକରେ ତାଲା ପକାଇଲେ ଅଭିଭାବକ
  • ||
  • ଜଳେଶ୍ବର : ମହିଳାଙ୍କୁ କମେଣ୍ଟ ମାରି ଯୁବକ ହଟହଟା : ଚପଲରେ ମାଡ ଖାଇଲେ, କାନ ଧରି ଉଠବସ୍ ହେଲେ
  • ||
  • ସୁବର୍ଣ୍ଣପୁର : ବନ୍ଧାହେଲା ଦୁଇ ଲୁଟେରା, ଡିକି ଭାଙ୍ଗି ଲୁଟି ନେଇଥିଲେ ୨ ଲକ୍ଷ ଟଙ୍କା
  • ||
  • ବଲାଙ୍ଗୀର : କୋଚିଂ ସେଣ୍ଟରରେ ଚାଲିଥିଲା ନକଲି ସାର୍ଟିଫିକେଟ୍ ତିଆରି, ୮ ଅଭିଯୁକ୍ତ ଅଟକ
  • ||
  • ଭୁବନେଶ୍ବର : କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ, ଏନ୍‌ଏଚ୍‌ ୫୫ କାମ ତୁରନ୍ତ ସାରିବାକୁ ଅନୁରୋଧ
  • ||
  • ଦେବଗଡ : ବନ୍ଦ ଘରେ ପଡିଛି ରକ୍ତ ଜୁଡୁବୁଡୁ ମୃତଦେହ, ହନୁମାନ ଟଙ୍କା କାରବାରରେ ଗତବର୍ଷ ଧରାପଡିଥିଲେ ମୃତକ
  • ||
  • ବାରଙ୍ଗ : ପେଟରୁ ଅଣ୍ଡା କାଢିବା ବେଳେ ଆଖିବୁଜିଲା ଧଳା ମୟୁର
  • ||
  • ଟିଟିଲାଗଡ : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା’ ଆତ୍ମହତ୍ୟା ?
  • ||
  • ବାଲିଗୁଡା: ନୀଳ ଜହରର ହବ୍ ପାଲଟିଛି ବାଲିଗୁଡା, ଦୁଇ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ
  • ||

ଯାଜପୁର ଜିଲ୍ଲା ମହୋତ୍ସବ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କହିଲେ- ଧର୍ମ, ଆଧ୍ୟାତ୍ମିକ ଓ ଦର୍ଶନ ତତ୍ତ୍ବର ସଂଗମ ସ୍ଥଳ

8/02/2023 at 10:34 PM

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଯାଜପୁର ଜିଲ୍ଲା ମହୋତ୍ସବ ୨୦୨୩ ଉଦଘାଟନ କରିଛନ୍ତି । ଏହି ଜିଲ୍ଲା ମହୋତ୍ସବ ୬ ଦିନ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅନେକ ଧର୍ମ, ଆଧ୍ୟାତ୍ମକ ଓ ଦର୍ଶନ ତତ୍ତ୍ବର ସଂଗମ ସ୍ଥଳ ହେଉଛି ଯାଜପୁର । ଯାଜପୁରର ସଂସ୍କୃତିରେ ବିଭିନ୍ନ ତତ୍ତ୍ବର ପ୍ରତିଫଳନ ଦେଖିବାକୁ ମିଳିଥାଏ।

ମାଆ ବିରଜାଙ୍କୁ ପ୍ରଣାମ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯାଜପୁର ହେଉଛି ଶକ୍ତି ପୀଠ । ଏହାର ଗୌରବମୟ ଇତିହାସ ରହିଛି । ସ୍ବାଧୀନତା ସଂଗ୍ରାମ ଠାରୁ ଆରମ୍ଭ କରି କଳା, ସାହିତ୍ୟ, ସଂସ୍କୃତି, କୃଷି, ପର୍ଯ୍ୟଟନ ସବୁ କ୍ଷେତ୍ରରେ ଯାଜପୁରର ସ୍ବତନ୍ତ୍ର ପରିଚୟ ରହିଛି । ଯାଜପୁର ତାର ଐତିହ୍ୟକୁ ସାଥିରେ ନେଇ ଆଜି ବିକାଶ ପଥରେ ଆଗେଇ ଚାଲିଛି। ଶିଳ୍ପ, ନିଯୁକ୍ତି ଓ ଭିତ୍ତିଭୂମି ଆଜି ଯାଜପୁରର ନୂଆ ପରିଚୟ ହୋଇଛି। ମୋର ଦୃଢ ବିଶ୍ବାସ, ଯାଜପୁର ରାଜ୍ୟର ଏକ ନମ୍ବର ଜିଲ୍ଲା ହୋଇ ସମସ୍ତଙ୍କ ପାଇଁ ଆଦର୍ଶ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳିନୀପ୍ରଭା ଜେନା, ବିଧାୟକ ସୁନନ୍ଦା ଦାସ ପ୍ରମୁଖ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟକ୍ରମର ଉଚ୍ଚପ୍ରଶଂସା କରିଥିଲେ । ବିଧାୟକ ପ୍ରଣବ ପ୍ରକାଶ ଦାସ ନିଜର ଅଭିଭାଷଣ ରଖି କହିଥିଲେ ଯେ ଯାଜପୁର ପ୍ରତି ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ଆଶୀର୍ବାଦ ଓ ଭଲପାଇବା ଅଛି । ଯାଜପୁର ଆଜି ବିକାଶ କ୍ଷେତ୍ରରେ ସୁନାମ କରିଛି ।

   Related Posts