ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୟାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଯାଜପୁରର ପ୍ରସିଦ୍ଧ ବାରୁଣୀ ମେଳା : ଦଶାଶ୍ୱମେଧ ଘାଟରେ ସ୍ନାନ କରିବେ ଶ୍ରଦ୍ଧାଳୁ, ପ୍ରଶାସନର ବ୍ୟାପକ ପ୍ରସ୍ତୁତି

18/03/2023 at 12:32 PM

ଯାଜପୁର ୧୮।୩: ରବିବାରଠୁ ଯାଜପୁରର ପ୍ରସିଦ୍ଧ ବାରୁଣୀ ମେଳା । ବୈତରଣୀ ନଦୀର ଦଶାଶ୍ବମେଧ ଘାଟରେ ପ୍ରତ୍ୟେକ ବର୍ଷ ପବିତ୍ର ବାରୁଣୀ ସ୍ନାନ ସହ ବାରୁଣୀ ମେଳା ଅନୁଷ୍ଠିତ ହୁଏ । ଦୀର୍ଘ ଦୁଇ ବର୍ଷ ହେବ କୋଭିଡ଼ କଟକଣା ଯୋଗୁଁ ବନ୍ଦ ରହିଥିଲା । ଚଳିତ ବର୍ଷ  ବାରୁଣୀ ସ୍ନାନ କରିବେ ଶ୍ରଦ୍ଧାଳୁ । ଚଳିତ ବର୍ଷ ଭୋର ୮ଟା ୪୨ମିନିଟ୍ ଠାରୁ ୩ଟା ପର୍ଯ୍ୟନ୍ତ ମହା ବାରୁଣୀ ଯୋଗ ରହୁଥିବା ପୂଜକ କହିଛନ୍ତି । ଏହି ଯୋଗ ବାର ବର୍ଷରେ ଥରେ ପଡିଥାଏ । ଏହି ବାରୁଣୀ ମହାଯୋଗକୁ ସମସ୍ତେ ଅପେକ୍ଷା କରି ରହିଥାନ୍ତି । ଚଳିତବର୍ଷ  ବାରୁଣୀରେ ସ୍ବଚ୍ଛ ପରିମଳ ଉପରେ ଅଧିକ ଦୃଷ୍ଟି ଦିଆଯାଇଛି । ଆସୁଥିବା ଶ୍ରଦ୍ଧାଳୁମାନେ କିପରି ହଇରାଣ ନ ହେବ ସୁରକ୍ଷିତ ଭାବେ ବୁଡ଼ ପକାଇ ଯିବେ ପ୍ରଶାସନ ଓ ଯାଜପୁର ପୌରପାଳିକା ପକ୍ଷରୁ ବ୍ୟବସ୍ଥା କରାଯାଇଛି ।

ସେପଟେ ଘାଟକୁ ପରିସ୍କାର ପରିଚ୍ଛନ୍ନ କରିବା ସହ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ପାଇଁ ବ୍ୟାରିକେଟ୍ ବ୍ୟବସ୍ଥା କରାଯାଇଛି । ବିଶ୍ୱାସ ରହିଛି ଏହି ଦିନରେ ଏଠାରେ ପିଣ୍ଡଦାନ କଲେ ପିତୃପୁରୁଷ ମୋକ୍ଷ ପାପ୍ତି ହୋଇଥାନ୍ତି । ଯେଉଁଥିପାଇଁ ଧାଇଁ ଆସନ୍ତି ହଜାର ହଜାର ଶ୍ରଦ୍ଧାଳୁ । କେବଳ ଯାଜପୁର ସହରର ଲୋକ ନୁହେଁ ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ଏହି ବୈତରଣୀର ଦଶାଶ୍ବମେଧ ଘାଟକୁ ଧାଇଁ ଆସନ୍ତି । ବୈତରଣୀ ନଦୀ ଘାଟକୁ ଅନେଶ୍ୱଣ ଗ୍ରୁପ ପକ୍ଷରୁ ପୂଜାଅର୍ଚ୍ଚନା କରାଯିବା ସହ ସଫେଇ କରାଯଇଥିଲା । ଚଳିତ ବର୍ଷ ବାରୁଣୀ ସ୍ନାନ ହେଉଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ପୂଜକ ।

ଏହି ବାରୁଣୀ ବୁଡ଼ ବରାହନାଥଙ୍କ ପୀଠ ନିକଟରେ ପବିତ୍ର ବୈତରଣୀ ନଦୀରେ ହୋଇଥାଏ । କିନ୍ତୁ ଏହି ବାରୁଣୀ ବୁଡ଼କୁ କେତେକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ହରନ୍ତେଶ୍ୱର ନିକଟରେ କରିବାକୁ ଦାବି କରିଥିଲେ। ଯାହାକୁ ବିରୋଧ କରି ବ୍ରାହ୍ମଣମାନେ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଏଭଳି ସ୍ଥାନ ପରିବର୍ତ୍ତନ ହେଲେ ବ୍ରାହ୍ମଣମାନେ ସେମାନଙ୍କ ଜୀବିକା ହରାଇବେ। ତେଣୁ ଏ ଦିଗରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି । ସେପଟେ ହରନ୍ତେଶ୍ୱର ପୀଠ ବହୁ ପ୍ରାଚୀନ ଓ ଏହାକୁ ନେଇ ଅନେକ କିମ୍ବଦନ୍ତୀ ଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ଅନ୍ୟପଟେ କିପରି ଲୋକେମାନେ ଏଠାକୁ ଆସି ଶାନ୍ତି ଶୃଙ୍ଖଳାର ସହ ବୁଡ଼ ପକାଇ ଯିବେ  ସେଥିପାଇଁ ପୋଲିସ ପକ୍ଷରୁ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବା ସହ ଟ୍ରାଫିକ ବ୍ୟବସ୍ଥା ମଧ୍ୟ କରାଯାଇଛି । ତେବେ ବୁଡ ପକାଇବା ସ୍ଥାନରେ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ଘାଟରେ କିପରି ଦୁର୍ଘଟଣା ନଘଟିବ ସେଥିପାଇଁ ପୋଲିସ ପକ୍ଷରୁ ଫୋର୍ସ ମୁତୟନ କରାଯିବା ସହ ଅଗ୍ନିଶମ ବିଭାଗ ନିୟୋଜିତ କରାଯାଇଛି ବୋଲି ଟାଉନ ଥାନା ଅଧିକାରୀ ଅଜୟ ଜେନା ସୂଚନା ଦେଇଛନ୍ତି । ସେହିପରି ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ହେବାକୁ ଥିବା ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରିଥିବା ଯାଜପୁର ଉପ ଜିଲ୍ଲାପାଳ କହିଛନ୍ତି । ସେଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ନଦୀ ଘାଟ, ପ୍ରବେଶ ପଥ ସ୍ଥାନ ଗୁଡିକରେ  ନଜର ରଖିବ ପୋଲିସ ପ୍ରଶାସନ ।

   Related Posts