Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭଦ୍ରକ : ୩ ଦିନ ହେଲା ନିଖୋଜ ଥିଲେ, ନଦୀରୁ ମିଳିଲା ଯୁବକଙ୍କ ମୃତଦେହ
  • ||
  • କେନ୍ଦୁଝର : ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ବିନିକା : ଶେଷ ଦିନରେ ବି ପ୍ରଶ୍ନପତ୍ର ଭାଇରାଲ୍, ପରୀକ୍ଷା ପୂର୍ବରୁ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରିବୁଲିଥିଲା
  • ||
  • ଭୁବନେଶ୍ବର : କୌଣସି ପ୍ରଶ୍ନପତ୍ର ଭାଇରାଲ୍ ହୋଇନି : ଗଣଶିକ୍ଷା ମନ୍ତ୍ରୀ
  • ||
  • ଖଲ୍ଲିକୋଟ : ଅଟୋକୁ ପଛପଟୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଡ୍ରାଇଭରଙ୍କ ସମେତ ୪ ଆହତ
  • ||
  • ଭୁବନେଶ୍ବର : ଆସନ୍ତା ୩ ତାରିଖରୁ ମାଟ୍ରିକ୍ ଖାତା ଦେଖା, ଅପ୍ରେଲ ଶେଷ ସୁଦ୍ଧା ପ୍ରକାଶ ପାଇବ ଫଳ
  • ||
  • ଭୁବନେଶ୍ୱର: ସରିଗଲା ମାଟ୍ରିକ୍ ପରୀକ୍ଷା, ଶେଷ ଦିନରେ ସବଜେକ୍ଟ୍ ଥିଲା ମ୍ୟାଥମାଟିକ୍ସ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ର ପ୍ରଭାବ, ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା
  • ||

ବଡଚଣା ଶାସନ ପୁରୁଷୋତ୍ତମପୁରରେ ମେଳଣ ଉତ୍ସବ ପାଳିତ

8/03/2023 at 10:40 PM

ଯାଜପୁର: ଯାଜପୁର ଜିଲ୍ଲା ବଡଚଣା ଶାସନ ପୁରୁଷୋତ୍ତମପୁର ୬୦ତମ ମେଳଣ ଉତ୍ସବ ପାଳିତ ହୋଇ ଯାଇଛି। ଏହି ମେଲଣରେ  ଥାନପତି ଭାବେ ଶାସନ ପୁରୁଷୋତ୍ତମ ପୁରର ଗୋପୀନାଥ ଜୀୟୁ ଅଗ୍ରପୂଜା ସେବା ପାଇଁ ପ୍ରଥମେ ଆସିଥିଲେ। ଏହାପରେ ଆଖ ପାଖ ଅଞ୍ଚଳର ୧୬ ରୁ ଉର୍ଦ୍ଧ୍ୱ ଦୋଳ ଗୋବିନ୍ଦ ଜୀୟୁ ଶୋଭାଯାତ୍ରାରେ ଆରି ମେଳଣ ପଡ଼ିଆରେ ପହଞ୍ଚିଥିଲେ।

ବଡଚଣା ଶାସନ ପୁରୁଷୋତ୍ତମପୁର ଏହି ମେଳଣ ଖୁବ୍ ଲୋକପ୍ରିୟ। ଦୀର୍ଘ ବର୍ଷ ହେଲା ଏହି ପର୍ବ ପାଳନ ହୋଇ ଆସୁଛି। ବଡଚଣା ଶାସନ ପୁରୁଷୋତ୍ତମପୁର ଗ୍ରାମରେ ଗ୍ରାମବାସୀମାନେ ଯିଏ ଯେଉଁଠି ଥିଲେ ବି ମେଳଣ ପାଇଁ ସବୁ ଗାଁକୁ ଫେରନ୍ତି। ଧୁମ୍‌ଧାମରେ ମେଳଣ ପାଳନ ହୁଏ।

ଏଥିପାଇଁ ମେଳଣ କମିଟି ପରିଚାଳନା ଦାୟିତ୍ୱରେ ଥାଆନ୍ତି। ମେଳଣ ପଡ଼ିଆରେ ଏକତ୍ର ହୋଇ ଗ୍ରାମବାସୀମାନେ ପରସ୍ପରକୁ ଅବିର ବୋଳି ଫଗୁ ଉତ୍ସବରେ କୃଷ୍ଣ ପ୍ରେମରେ ଝୁଲନ୍ତି। ଫଗୁଣର ଏହି ଦୋଳ ଉତ୍ସବ ପ୍ରାୟ ୬୦ ବର୍ଷ ଧର ପାଳନ କରାଯାଉ ଥିବା କମିଟି ପକ୍ଷରୁ ସଭାପତି ସୂଚନା ଦେଇଥିଲେ।

   Related Posts