ରଙ୍ଗଶାଳା ଭଙ୍ଗାହେଲା, ଯାଜପୁର ଉପଜିଲ୍ଲାପାଳ ଓ ତହସିଲଦାରଙ୍କ ଉପସ୍ଥିତରେ ହଟିଲା ଜବରଦଖଲ

Published By : Prameya-News7 Bureau | February 07, 2020 IST

ଚଣ୍ଡିଖୋଲ ୭।୨: ବହୁ ଚର୍ଚ୍ଚିତ ଯାଜପୁର ଜିଲ୍ଲା ଧର୍ମଶାଳା ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁକୁ ନେଇ ବିବାଦୀୟ ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସ ଭଙ୍ଗା ହେଉଛି । ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ରଙ୍ଗଶାଳାକୁ ଭଙ୍ଗା ଯାଉଥିଲା ଜଣାପଡିଛି । ଯାଜପୁର ଉପଜିଲ୍ଲାପାଳଙ୍କ ଉପସ୍ଥିତରେ ସ୍ଥାନୀୟ ତହସିଲଦାର ଏବଂ ପୋଲିସ ଉପସ୍ଥିତରେ ଭଙ୍ଗା ଚାଲିଛି । ପୂର୍ବରୁ ଏହି ଗେଷ୍ଟ ହାଉସଟି ସରକାରୀ ଜମିରେ ଗଢି ଉଠିଥିବା ତଦନ୍ତ ପରେ ଜଣାପଡିଥିଲା ।

{"id":221246,"sizeSlug":"large"}

ସରକାରୀ ଜମିରେ ଥିବା ରଙ୍ଗଶାଳା ମାଟିରେ ମିଶିବ ବୋଲି ଯାଜପୁର ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲା ରାଜସ୍ବ ବିଭାଗ । ରଙ୍ଗଶାଳା ଭାଙ୍ଗିବ ନା ରହିବ ତାକୁ ନେଇ ଅନେକ ଦିନ ଧରି ବିତର୍କ ଚାଲିଥିଲା । ରଙ୍ଗଶାଳାକୁ ନଭାଙ୍ଗି ଅନ୍ୟ କାମରେ ବ୍ୟବହାର ପାଇଁ ରାଜସ୍ବ ବିଭାଗରୁ ଅନୁମତି ଲୋଡିଥିଲେ ଜିଲ୍ଲାପାଳ ।

{"id":221247,"sizeSlug":"large"}

ରାଜସ୍ବ ବିଭାଗକୁ ଜିଲ୍ଲାପାଳ ଲେଖିଥିବା ଚିଠିରେ ସ୍ଥାନୀୟ ଲୋକ ଏବଂ କିଛି ସଂଗଠନ ସେଠାରେ ଲାଇବ୍ରେରୀ, ହସ୍ପିଟାଲ୍ କରିବା ପାଇଁ ଅନୁରୋଧ କରୁଥିବା ଉଲ୍ଲେଖ ଥିଲା । ତେଣୁ ସେଠି ଏଭଳି ବ୍ୟବସ୍ଥା କରାଯାଇ ପାରିବ କି ନାହିଁ ସେନେଇ ଜିଲ୍ଲାପାଳ ରାଜସ୍ବ ବିଭାଗକୁ ସ୍ପଷ୍ଟୀକରଣ ମାଗିଥିଲେ । ମାତ୍ର ଆଇନ ମୁତାବକ ସରକାରୀ ଜମିରେ କୌଣସି ବେଆଇନ ନିର୍ମାଣକୁ ଭାଙ୍ଗିଦେବା ପାଇଁ ନିୟମ ରହିଛି । ତେଣୁ ଗେଷ୍ଟ ହାଇସ୍ ଟି ଭଙ୍ଗାଯିବା ନେଇ ନିଷ୍ପତ୍ତି ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.