ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର

Published By : Prameya-News7 Bureau | January 15, 2021 IST

 ଯାଜପୁର୧୫/୧: ଯାଜପୁର ଜିଲ୍ଲା ବିଂଝାରପୁରର ବହୁ ଚର୍ଚ୍ଚିତ ନିଖୋଜ ଶିଶୁ କନ୍ୟା ପିହୁର ପରିବାରକୁ ଭେଟିଛନ୍ତି ଯାଜପୁର ଏସ ପି ରାହୁଲ ପି. ଆର । ପିହୁ ପରିବାରକୁ ଭେଟି  ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ତଦନ୍ତ ବିଭିନ୍ନ ଦିଗକୁ ନେଇ ଚାଲିଛି ଏବଂ ଅତି ଶୀଘ୍ର ଅପରାଧୀ ଧରାପଡିବେ  ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ବିଂଝାରପୁର ଥାନା ଅଧିନସ୍ଥ ମଧୁସୂଦନପୁର ଅଞ୍ଚଳରୁ ଶୁଭଲକ୍ଷ୍ମୀ ନାୟକ ନାମକ ଜଣେ ୨ ବର୍ଷର ଶିଶୁ ଯାହାର ଡାକ ନାମ ପିହୁ।

 ପିହୁ  ଦିନ ୩ ଟା ସମୟରେ ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ହଠାତ୍ କେଉଁ ଆଡେ ଗାୟବ ହୋଇଯାଇଥିଲା । ବହୁ ଖୋଜାଖୋଜି ପରେ ମଧ୍ୟ ସେ ମିଳି ନ ଥିଲା। ପିହୁର ମାଙ୍କ କହିବା କଥା ସେଦିନ ଥିଲା ଅଗଷ୍ଟ ୮ ତାରିଖ ୨୦୨୦ ମସିହା ରବିବାର । ଦିନ ୩ ଟା ସମୟରେ ମୁଁ ଘରେ କାମ କରୁଥିଲି ଆଉ ପିହୁ ଗାଁ ଦାଣ୍ଡରେ ଖେଳୁଥିଲା । ତାପରେ ମୁଁ ଝିଅକୁ ଡାକିବାକୁ ଯାଇଥିଲି ହେଲେ ପାଇ ନଥିଲି । ସବୁଆଡେ ଖୋଜା ଖୋଜି କଲୁ ହେଲେ ଆଉ ପିହୁକୁ ପାଇଲୁ ନାହୁଁ ।ପରେ ଥାନାକୁ ଗଲୁ ଆଉ ଲିଖିତ ଆକାରରେ ଦେଲୁ ହେଲେ ଏପର୍ଯ୍ୟନ୍ତ ପୋଲିସ ଚୁପ ବସିଛି। ଏପରି କି କେହି ଜଣେ ଏକ ବାଇକରେ ନେଳିଆ ଗାମୁଛରେ ବାନ୍ଧି ଗୋଟିଏ ଛୁଆକୁ ନେଇ ଯାଉଥିବାର ଦେଖିବାକୁ ପାଇଥିଲେ କିଛି ଲୋକେ। ଏ ସମ୍ପର୍କରେ ପୋଲିସକୁ ଜଣାଇ ଥିଲେ ବି ପୋଲିସ କାହାକୁ କିଛି ନ ପଚାରି ତଦନ୍ତ ଚାଲିଛି କହି ଚୁପ୍ ବସିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.