ପ୍ରେମ ବ୍ୟାପାରକୁ ନେଇ ହତ୍ୟାକାଣ୍ଡ ଘଟଣା, କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାରୋକ

Published By : Prameya-News7 Bureau | November 30, 2022 IST

ଯାଜପୁର ୩୦।୧୧ : ଯାଜପୁର କାଳିଆପାଣି ଖଣି ଅଞ୍ଚଳରେ ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ହୋଇଥିବା ହତ୍ୟାକାଣ୍ଡ ଘଟଣା। ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ। ଅଭିଯୁକ୍ତର ଟ୍ରକ୍ ଜାଳି ଦେଲେ ଉତ୍ୟକ୍ତ ଲୋକେ। ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ଙ୍କୁ ବୁଝାସୁଝା କରୁଛି ପୋଲିସ।

ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ହୋଇଥିବା ବେଳେ ଅଭିଯୁକ୍ତକୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି କାଳିଆପାଣି ପୋଲିସ। ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ପ୍ରେମିକାର ଭାଇକୁ ପ୍ରେମିକ ହତ୍ୟା କରିଥିବା ଅଭିଯୋଗ ହୋଇଛି।। ଯାଜପୁର କାଳିଆପାଣି ଥାନା ତାରିଣୀ ଛକରେ ଗତକାଲି ଏହି ହତ୍ୟାକାଣ୍ଡ ଘଟିଥିଲା। ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ଜଣେ ଯୁବକ ଯୁବତୀଙ୍କ ବାପା ଓ ଭାଇକୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ଫଳରେ ଯୁବତୀଙ୍କ ଭାଇଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ବାପା ଗୁରୁତର ହୋଇଛନ୍ତି। ଚିକିତ୍ସା ପାଇଁ ସୁକିନ୍ଦା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ଯୁବକକୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.