ଯଶସ୍ୱୀଙ୍କ ଜଲୱା ଜାରି: ଗାଙ୍ଗୁଲି ଓ ଗୌତମଙ୍କୁ ପଛରେ ପକାଇ ହେଲେ ନମ୍ବର ୱାନ ବ୍ୟାଟର୍

Published By : Prameya-News7 Bureau | February 24, 2024 IST

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ରାଞ୍ଚିରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍‌ରେ ଯଶସ୍ୱୀ ଜୟସ୍ୱାଲ୍‌ ଅର୍ଦ୍ଧଶତକ ହାସଲ କରି ରେକର୍ଡ କରିଛନ୍ତି। ମ୍ୟାଚ୍‌ର ଦ୍ୱିତୀୟ ପାଳିରେ ଶନିବାର ଜୟସ୍ୱାଲ ଅର୍ଦ୍ଧଶତକ ହାସଲ କରି ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ୍ ସୌରଭ ଗାଙ୍ଗୁଲି ଓ ଗୌତମ ଗମ୍ଭୀରଙ୍କୁ ପଛରେ ପକାଇ ଦେଇଛନ୍ତି। ରାଞ୍ଚିରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍‌ର ପ୍ରଥମ ପାଳିରେ ଶନିବାର ଜୟସ୍ୱାଲ ୭୩ ରନ୍ କରିଥିଲେ। ଏଥିସହିତ ଗୋଟିଏ ଟେଷ୍ଟ ସିରିଜ୍‌ରେ ୬୦୦ରୁ ଅଧିକ ରନ୍ କରିଥିବା ପ୍ରଥମ ବାମହାତି ବ୍ୟାଟର ହେବାର ରେକର୍ଡ କରିଛନ୍ତି ଜୟସ୍ୱାଲ୍।

ସେହିପରି ପଞ୍ଚମ ଭାରତୀୟ ବ୍ୟାଟର ଭାବେ ଗୋଟିଏ ଟେଷ୍ଟ ସିରିଜ୍‌ରେ ୬୦୦ରୁ ଅଧିକ ରନ୍‌ କରିଛନ୍ତି ଯଶସ୍ୱୀ। ଜୟସ୍ୱାଲ୍ ୪ ଟେଷ୍ଟ ମ୍ୟାଚ୍‌ରେ ୭ ପାଳି ଖେଳି ୬୦୦ରୁ ଅଧିକ ରନ୍ କରିସାରିଲେଣି। ଇତିମଧ୍ୟରେ ସେ ଦ୍ୱିଶତକ ମଧ୍ୟ ହାସଲ କରିଛନ୍ତି। ଜୟସ୍ୱାଲ୍ ରାଜକୋଟ ଓ ବିଶାଖାପାଟନମ ଟେଷ୍ଟରେ ବି ଭଲ ପ୍ରଦର୍ଶନ କରିଥିଲେ।

ଗତବର୍ଷ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟରେ ଡେବ୍ୟୁ କରିଥିବା ଜୟସ୍ୱାଲ୍ ବର୍ତ୍ତମାନ ଚାଲିଥିବା ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରି୍ଜ୍‌ରେ ସପ୍ତମ ପାଳି ଖେଳି ଏହି ଉପଲବ୍ଧି ହାସଲ କରିଛନ୍ତି। ଆଜି ଯେତେବେଳେ ସେ ୫୫ ରନ ପୂରା କଲେ ସେତେବେଳେ ଜୟସ୍ୱାଲଙ୍କ ନାଁରେ ଇତିହାସ୍‌ରେ ଲିପିବଦ୍ଧ ହୋଇଗଲା। ଜୟସ୍ୱାଲ୍ ରାଜକୋଟ ଓ ବିଶାଖାପାଟନମ ଟେଷ୍ଟରେ ବି ଭଲ ପ୍ରଦର୍ଶନ କରିଥିଲେ।

ସେହିପରି ଯଦି ବାମହାତି ଭାରତୀୟ ବ୍ୟାଟରଙ୍କ ପୂର୍ବ ରେକର୍ଡ ଦେଖିବା ଦେବେ ସୌରଭ ଗାଙ୍ଗୁଲି ୨୦୦୭ର ଗୋଟିଏ ଟେଷ୍ଟ ସିରିଜ୍‌ରେ ୫୩୪ ରନ୍‌ କରି ପ୍ରଥମରେ ରହିଥିଲେ। ତାଙ୍କ ପଛକୁ ଗୌତମ ଗମ୍ଭୀର ୨୦୦୯ରେ ୪୪୫ ରନ୍ କରି ଦ୍ୱିତୀୟ ନମ୍ବରରେ ଥିଲେ। ହେଲେ ଏବେ ଯଶସ୍ୱୀ ଜୟସ୍ୱାଲ୍ ସମସ୍ତଙ୍କୁ ପଛରେ ପକାଇ ନମ୍ବର ୱାନ୍ ହୋଇଯାଇଛନ୍ତି।

ପଞ୍ଚମ ଭାରତୀୟ ଭାବେ ଗୋଟିଏ ଟେଷ୍ଟ ସିରିଜ୍‌ରେ ୬୦୦ରୁ ଅଧିକ ରନ୍

ଜୟସ୍ୱାଲ୍‌ଙ୍କ ପୂର୍ବରୁ ୪ ଭାରତୀୟ ବ୍ୟାଟର ଗୋଟିଏ ଟେଷ୍ଟ ସିରିଜ୍‌ର ୬୦୦ରୁ ଅଧିକ ରନ୍‌ କରିଛନ୍ତି। ମହାନ କ୍ରିକେଟର ସୁନୀଲ ଗାଭାସ୍କର, ବିରାଟ କୋହଲି, ରୁହୁଲ ଦ୍ରାଭିଡ଼ ଓ ଦିଲିପ ସରଦେଶାଇ ରହିଛନ୍ତି।

ଗାଭାସ୍କର ୧୯୭୦-୭୧ର ଟେଷ୍ଟ ସିରିଜ୍‌ରେ ୪ ଶତକ ଓ ୩ ଅର୍ଦ୍ଧଶତକ ସହ ୭୭୪ ରନ୍ ସଂଗ୍ରହର କରି ଗୋଟିଏ ଟେଷ୍ଟ ସିରିଜ୍‌ରେ ସର୍ବାଧିକ ରନ୍ କରିଥିବା ବ୍ୟାଟର ହୋଇଥିଲେ।  ଗାଭାସ୍କର ହେଉଛନ୍ତି ଏକମାତ୍ର ଭାରତୀୟ ଯିଏ ଟେଷ୍ଟ ସିରିଜରେ ଦୁଇ ଥର ୭୦୦ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି। ଲିଟିଲ୍ ମାଷ୍ଟର ୧୯୭୮-୭୯ ମସିହାରେ ୱେଷ୍ଟଇଣ୍ଡିଜ୍ ଗସ୍ତ ସମୟରେ ୪ ଶତକ ଏବଂ ୧ ଅର୍ଦ୍ଧ ଶତାବ୍ଦୀ ସହିତ ୭୩୨ ରନ୍ କରିଥିଲେ।

ତେବେ ଗୋଟିଏ ଟେଷ୍ଟ ସିରିଜ୍‌ରେ ସର୍ବାଧିକ ରନ୍ କରିବାରେ ବିଶ୍ୱ ରେକର୍ଡ ଅଷ୍ଟ୍ରେଲିଆର ମହାନ ବ୍ୟାଟର ଡନ୍ ବ୍ରେଡମ୍ୟାନ୍‌ଙ୍କ ନାଁରେ ରହିଛି। ସିଏ ୧୯୩୦ ମସିହାରେ ଇଂଲଣ୍ଡ ବିପକ୍ଷରେ ପାଞ୍ଚଟି ଟେଷ୍ଟରେ ଚାରି ଶତକ ସହ ୯୭୪ ରନ୍ କରିଥିଲେ।

ପଢ଼ନ୍ତୁ-ଇଶାନଙ୍କ ସମେତ ଏହି ୩ ଖେଳାଳିଙ୍କ ଉପରେ ବୁଲିଲା ବିସିସିଆଇ ଖଣ୍ଡା, ହେବାକୁ ଯାଉଛି ବଡ କାର୍ଯ୍ୟାନୁଷ୍ଠାନ

ସୂଚନା ଥାଉକି ସମସ୍ତ ଫର୍ମାଟ୍‌ରେ ବର୍ତ୍ତମାନ ଜୟସ୍ୱାଲ୍‌ଙ୍କ କ୍ରିକେଟ୍ କ୍ୟରିୟର ଭଲ ରହିଛି। ବିଶେଷ କରି ଟେଷ୍ଟ କଥା ଦେଖିଲେ ସେ ୧୪ ଟେଷ୍ଟ ପାଳିରେ ୯୧୫ ରନ୍ କରିଛନ୍ତି। ଏଥିରେ ୩ଶତକ ୩ ଅର୍ଦ୍ଧଶତକ ଓ ଗୋଟିଏ ଦ୍ୱିଶତକ ରହିଛି। ଯଶସ୍ୱୀଙ୍କର ସର୍ବଶ୍ରେଷ୍ଟ ଟେଷ୍ଟ ସ୍କୋର ୨୧୪ ରହିଛି।  

ରାଞ୍ଚି ଟେଷ୍ଟ କଥା ଦେଖିଲେ ଯଶସ୍ୱୀ ପ୍ରଥମ ପାଳିର ଦ୍ୱିତୀୟ ଦିନ ଟି ବ୍ରେକ୍ ପର୍ଯ୍ୟନ୍ତ ୯୬ ବଲ୍‌ରେ ୫୪ ରନ୍ କରିଥଇଲେ। ଏଥିରେ ୫ ଚୌକା ୧ ଛକ୍କା ରହିଥିଲା। ଟି-ବ୍ରେକ୍‌ ପର୍ଯ୍ୟନ୍ତ ଭାରତ ୪ ୱିକେଟ୍‌ ହରାଇ ୧୩୧ ରନ୍ କରିଥିଲା।  ଏହା ପୂର୍ବରୁ ଇଂଲଣ୍ଡ ପ୍ରଥମ ପାଳିରେ ୩୫୩ ରନ୍ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.