scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭଲ ବିଦେଶ ନୀତି ଯୋଗୁଁ ପେଟ୍ରୋଲ ମୂଲ୍ୟ ବଢିନି…ୟୁକ୍ରେନ ଯୁଦ୍ଧ ଏବଂ ରୁଷ ସହ ସମ୍ପର୍କ ଉପରେ ବିଦେଶ ମନ୍ତ୍ରୀଙ୍କ ବୟାନ

3/07/2023 at 9:08 PM

ନୂଆଦିଲ୍ଲୀ: ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ବୟାନ ଏବଂ ବିଭିନ୍ନ ପ୍ରସଙ୍ଗରେ ତାଙ୍କ ପ୍ରତିକ୍ରିୟା ସହ ଦେଶବାସୀ ବେଶ ପରିଚିତ । ଦେଶ ହେଉ ବା ବିଦେଶ, ଜୟଶଙ୍କର ଯେତେବେଳେ ଉତ୍ତର ରଖନ୍ତି ସେତେବେଳେ ବିରୋଧୀଙ୍କ ମୁହଁ ବନ୍ଦ କରିଦିଅନ୍ତି । ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ସୋମବାର ବିଜେପି ଜନସମ୍ପର୍କ ଅଭିଯାନରେ ଦିଲ୍ଲୀର ଏନଆଇଟି କଲେଜ ପହଞ୍ଚିଥିଲେ । ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସମୟରେ ତାଙ୍କ ସାମନାରେ ପ୍ରଶ୍ନ ରଖାଯାଇଥିଲା । ଯାହାର ଜବାବ ନିଜ ଶୈଳୀରେ ରଖିଥିଲେ ବିଦେଶ ମନ୍ତ୍ରୀ । ଏହି ସମୟରେ ବିଦେଶ ମାମଲାକୁ ନେଇ ଏକ ପ୍ରଶ୍ନ କରାଯାଇଥିଲା । ଜୟଶଙ୍କର ଏହାର ଜବାବରେ କହିଥିଲେ ଯେ ଭଲ ବିଦେଶ ନୀତିର ହିଁ ପରିଣାମ, ନ ହେଲେ ଆଜି ପେଟ୍ରୋଲର ମୂଲ୍ୟ, ରୋଷେଇ ତେଲର ମୂଲ୍ୟ ଅଧିକ ରହିଥାଆନ୍ତା । ଆଇଫୋନର ମଧ୍ୟ ଅଧିକ ମହଙ୍ଗା ହୋଇଥାଆନ୍ତା ।

ଦିଲ୍ଲୀର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜି ଅର୍ଥାତ୍ ଏନଆଇଟିରେ ଜନସମ୍ପର୍କ ଅଭିଯାନ ସମୟରେ ଜୟଶଙ୍କର କହିଥିଲେ ଯେ ବିଦେଶ ନୀତିର ନିଷ୍ପତ୍ତି ଆମର ଦୈନିକ ଜୀବନ ଉପରେ ପ୍ରଭାବ ପକାଇଥାଏ । ସେ କହିଛନ୍ତି ଯେ ଭଲ ବିଦେଶ ନୀତି ନଥିଲେ ଦେଶରେ ପେଟ୍ରୋଲ ମୂଲ୍ୟ ବହୁ ଅଧିକ ରହିଥାଆନ୍ତା । ରୁଷରୁ ତେଲ ଆମଦାନୀ ଜାରି ରଖିବା ପ୍ରଶ୍ନ ଉପରେ ମଧ୍ୟ ଜୟଶଙ୍କର ଜବାବ ଦେଇଛନ୍ତି । ଜୟଶଙ୍କର କହିଛନ୍ତି ଯେ ଦେଶରେ ପ୍ରତିବ୍ୟକ୍ତି ଆୟ ୨ ହଜାର ଡଲାର । ଏହା କେନ୍ଦ୍ର ସରକାରଙ୍କ ଦାୟିତ୍ୱ ଯେ ସେ ନିଜ ଲୋକଙ୍କୁ ଭଲ ଡିଲ୍ ଦେବେ ।

ୟୁକ୍ରେନ ଯୁଦ୍ଧ ପରେ ପାଶ୍ଚାତ୍ୟ ଦେଶ ରୁଷ ଉପରେ ଅନେକ କଟକଣା ଜାରି କରିଛନ୍ତି । ସମ୍ପର୍କ ମଧ୍ୟ ଖରାପ ହୋଇଛି, କିନ୍ତୁ ଭାରତ ନିଜ ବନ୍ଧୁ ସହ ବନ୍ଧୁତା ଜାରି ରଖିଲା । ଦୁଇ ଦେଶର ସମ୍ପର୍କ ଉପରେ ବିଦେଶ ମନ୍ତ୍ରୀ କହିଛନ୍ତି ଯେ ମୋ ମତରେ ସେ ଅନ୍ୟ ଦେଶଙ୍କ ସହ କଣ କରୁଛି, ଆମେ ଏହା ଉପରେ ଅଧିକ ଚିନ୍ତା କରିବା ଦରକାର ନାହିଁ ।

Also Read: କିଭ୍ ଉପରେ ଋଷ୍‌ର ଡ୍ରୋନ୍ ଆକ୍ରମଣ; ସମସ୍ତ ଯୁଦ୍ଧାସ୍ତ୍ରକୁ ମାରି ଖସାଇଲା ୟୁକ୍ରେନ ସେନା

   Related Posts