ବ୍ରିଟେନର ନୂଆ ବିଦେଶ ମନ୍ତ୍ରୀ ଡେଭିଡ୍ କ୍ୟାମେରନଙ୍କୁ ଭେଟିଲେ ଏସ.ଜୟଶଙ୍କର, କିଛି ଘଣ୍ଟା ତଳେ ପାଇଥିଲେ ନିଯୁକ୍ତି

Published By : Prameya-News7 Bureau | November 13, 2023 IST

ନୂଆଦିଲ୍ଲୀ: ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ଲଣ୍ଡନରେ ବ୍ରିଟେନର ନୂଆ ବିଦେଶ ମନ୍ତ୍ରୀ ଡେଭିଡ୍ କ୍ୟାମେରନଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି । ୨୦୧୦ରୁ ୨୦୧୬ ଯାଏ ୟୁକେର ପ୍ରଧାନମନ୍ତ୍ରୀ ଥିବା କ୍ୟାମେରନଙ୍କୁ ଆଜି ହିଁ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ ନିଯୁକ୍ତି ଦେଇଥିଲେ । ଜେମ୍ସ କ୍ଲେଭରଲୀ ସ୍ଥାନରେ ତାଙ୍କୁ ଏହି ନୂଆ ଦାୟିତ୍ୱ ଦିଆଯାଇଛି ।

ଡେଭିଡ୍ କ୍ୟାମେରନଙ୍କ ସହ ସାକ୍ଷାତ ପରେ ଏସ.ଜୟଶଙ୍କର ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, 'ଆଜି ଅପରାହ୍ମରେ ବ୍ରିଟେନ୍ ବିଦେଶ ମନ୍ତ୍ରୀ ଡେଭିଡ୍ କ୍ୟାମେରନଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟିଛି । ଆଜି ତାଙ୍କ ନିଯୁକ୍ତିର ପ୍ରଥମ ଦିନ । ନୂତନ ବିଦେଶ ମନ୍ତ୍ରୀଙ୍କୁ ଶୁଭେଚ୍ଛା'। ଦୁଇ ନେତାଙ୍କ ମଧ୍ୟରେ ଇସ୍ରାଏଲ-ହମାସ ଯୁଦ୍ଧ ଉପରେ ଆଲୋଚନା କରିଛନ୍ତି ।

wp:html /wp:html

ଭାରତର ବିଦେଶ ମନ୍ତ୍ରୀ ଲେଖିଛନ୍ତି, 'ବୈଠକ ସମୟରେ ନିଜ ରଣନୀତିକ ସହଭାଗୀତାକୁ ସମ୍ପୂର୍ଣ୍ଣ କ୍ଷମତାରେ ସଫଳ କରାଇବା ଉପରେ ବିସ୍ତୃତ ଚର୍ଚ୍ଚା ହୋଇଛି । ଏହାଛଡା ବୈଠକରେ ପଶ୍ଚିମ ଏସିଆରେ ବର୍ତ୍ତମାନ ସ୍ଥିତି, ୟୁକ୍ରେନ ସଂଘର୍ଷ ଓ ଇଣ୍ଡୋ-ପେସିଫିକ ଉପରେ ଆଲୋଚନା ହୋଇଛି'। କ୍ୟାମେରନଙ୍କ ସହ ମିଶି କରିବାକୁ ଉତ୍ସୁକ ଥିବା ଜୟଶଙ୍କର କହିଛନ୍ତି ।

Also Read: ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଗୁରୁ ଦାୟିତ୍ୱ, ନୂଆ ବୈଦେଶିକ ମନ୍ତ୍ରୀ ହେଲେ ଡେଭିଡ୍‌ କ୍ୟାମେରନ୍‌

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.