scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆଫ୍ରିକୀୟ ଦେଶ ଗସ୍ତରେ ବୈଦେଶିକ ମନ୍ତ୍ରୀ, ରୁଷ ସମକକ୍ଷଙ୍କ ସହ କଲେ ବୈଠକ; ଦ୍ୱିପାକ୍ଷିକ ହିତ ଉପରେ ଚର୍ଚ୍ଚା

1/06/2023 at 10:02 PM

ନୂଆଦିଲ୍ଲୀ: ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ଗୁରୁବାର ଦକ୍ଷିଣ ଆଫ୍ରିକାର କେପ ଟାଉନରେ ବ୍ରିକ୍ସ ମନ୍ତ୍ରିସ୍ତରୀୟ ବୈଠକରେ ନିଜ ରୁଷ ପ୍ରତିପକ୍ଷଙ୍କୁ ଭେଟିଛନ୍ତି । ଜୟଶଙ୍କର ଏବଂ ସର୍ଗେଇ ଲାଭରୋଭ ମଧ୍ୟରେ ଏହି ବୈଠକ ଏପରି ଏକ ସମୟରେ ହେଉଛି, ଯେତେବେଳେ ପାଶ୍ଚାତ୍ୟ ଦେଶଗୁଡିକ ରୁଷ-ୟୁକ୍ରେନ ଯୁଦ୍ଧରେ ଭାରତକୁ ନିଜ ପକ୍ଷରେ ଆଣିବା ପାଇଁ ଚାପ ପ୍ରୟୋଗ କରୁଛନ୍ତି ।

ଏହା ପୂର୍ବରୁ ମଇ ୨୧ରେ ପ୍ରଧାନମନ୍ତ୍ରୀ ମୋଦୀ ହିରୋଶିମାରେ ଜି-୭ ଶିଖର ସମ୍ମିଳନୀରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିଥିଲେ । ସେହି ସମୟରେ ମସ୍କୋ ଏବଂ କିଭ୍ ମଧ୍ୟର ସଂଘର୍ଷକୁ ସମାଧାନ କରାଇବା ନେଇ ଆଶ୍ୱାସନା ଦେଇଥିଲେ । ଗତ ବର୍ଷ ଫେବ୍ରୁଆରୀ ୨୪ରେ ଆରମ୍ଭ ହୋଇଥିବା ରୁଷ-ୟୁକ୍ରେନ ସଂଘର୍ଷ ପରେ ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ବୈଠକ ଥିଲା ।

ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ଜୁନ ୧ରୁ ୬ ମଧ୍ୟରେ ଆଫ୍ରିକୀୟ ଦେଶ, ଦକ୍ଷିଣ ଆଫ୍ରିକା ଏବଂ ନାମିବ୍ୟାର ସରକାରୀ ଗସ୍ତରେ ଅଛନ୍ତି । କେପ ଟାଉନରେ ଆୟୋଜିତ ବ୍ରିକ୍ସ ବିଦେଶ ମନ୍ତ୍ରୀଙ୍କ ବୈଠକରେ ସାମିଲ ହେବା ପାଇଁ ଦକ୍ଷିଣ ଆଫ୍ରିକାରେ ଅଛନ୍ତି । ବୈଠକ ବାହାରେ ସେ ନିଜ ଦକ୍ଷିଣ ଆଫ୍ରିକା ସମକକ୍ଷ ନାଲେଦୀ ପଣ୍ଡୋରଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ।

READ ALSO:LACରେ ନିକଟରେ ଚୀନ ନିର୍ମାଣ କରୁଛି ଏୟାରଫିଲ୍ଡ, ସାଟେଲାଇଟ୍‌ ଚିତ୍ରରୁ ଡ୍ରାଗନର ପର୍ଦ୍ଦାଫାଶ

ଉଲ୍ଲେଖଯୋଗ୍ୟ, ଭାରତ ଏବଂ ଚୀନ ସକ୍ରିୟ ରୂପେ ଆଫ୍ରିକା ସହ ନିଜ ସମ୍ପର୍କ ଅଧିକ ମଜଭୁତ କରିବା ପାଇଁ ଉଦ୍ୟମ କରୁଛନ୍ତି । ନିକଟରେ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ୨୦୧୮-୨୦୨୧ରେ ଚାରି ବର୍ଷର ଅବଧିରେ ୧୮ ନୂଆ ଭାରତୀୟ ମିଶନ ଆରମ୍ଭ କରିବା ପାଇଁ ମଞ୍ଜୁରୀ ଦେଇଥିଲେ । ଏହି ପଦକ୍ଷେପକୁ ଭାରତ-ଆଫ୍ରିକା ମଧ୍ୟରେ ସମ୍ପର୍କକୁ ଆଗକୁ ବଢାଇବା ରୂପେ ଦେଖାଯାଉଛି ।

READ ALSO: ମଇରେ ଜିଏସଟି ସଂଗ୍ରହ ୧.୫୭ ଲକ୍ଷ କୋଟି ଟଙ୍କା, ବାର୍ଷିକ ଆଧାରରେ ୧୨ ପ୍ରତିଶତ ବୃଦ୍ଧି

   Related Posts